ଜାଣନ୍ତୁ ସଲମାନଙ୍କ ସହ କାମ କରିବା ନେଇ କଣ କହିଲେ କଙ୍ଗନା

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ତାଙ୍କ ଆଗାମୀ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ତେବେ ଫିଲ୍ମର ପ୍ରମୋସନ ସମୟରେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ଏବେ ଚର୍ଚ୍ଚା ବିଷୟ ପାଲଟିଛି। ତାଙ୍କୁ ସଲମାନଙ୍କ ସହ ଅଭିନୟ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା।
ଯାହାର ଉତ୍ତରରେ କଙ୍ଗନା କହିଥିଲେ ସଲମାନ ଏବଂ ମୁଁ ସବୁବେଳେ ଭଲ ସାଙ୍ଗ ଭାବେ ରହିବୁ। ଯଦି ମତେ କେବେ ତାଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିବ ତେବେ ମୁଁ ନିଶ୍ଚିତ କରିବି।
ତେବେ ଆପଣଙ୍କୁ କହିବାକୁ ଚାହିଁବୁ, କଙ୍ଗନା ଏବଂ ସଲମାନ ପରସ୍ପରର ଭଲ ବନ୍ଧୁ ଅଟନ୍ତି। କେବେ ମଧ୍ୟ ଦୁହେଁ ପରସ୍ପର ପାଇଁ ଖରାପ ମନ୍ତବ୍ୟ ପ୍ରଦାନ କରିନାହାନ୍ତି। ତେବେ ନିକଟରେ କଙ୍ଗନା ସଲମାନଙ୍କ ସହ ସୁଲତାନ ଫିଲ୍ମରେ କାମ କରିଥିଲେ। କଙ୍ଗାନ ସଲମାନଙ୍କ ଅଭିନୟକୁ ବହୁତ ସମ୍ନାନ କରନ୍ତି। ଯଦି ଭବିଷ୍ୟତରେ କେବେ ମଉକା ମିଳେ ସେ ନିଶ୍ଚତ ତାଙ୍କ ସହ ଫିଲ୍ମ କରିବେ ବୋଲି କହିଛନ୍ତି।