ଟ୍ଵିଟରରୁ ତଡା ଖାଇବା ପରେ Kooରେ କରାଗଲା କଙ୍ଗନାଙ୍କୁ ସ୍ୱାଗତ

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ତଥା ମଣିକର୍ଣ୍ଣିକା ହିରୋଇନ କଙ୍ଗନା ରାଣାୱତଙ୍କ ମାଇକ୍ରୋବ୍ଳଗିଙ୍ଗ ସାଇଟକୁ ଟ୍ୱିଟର ପକ୍ଷରୁ ସସପେଣ୍ଡ କରିଦିଆ ଯାଇଥିଲା । ପଶ୍ଚିମ ବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଁ କଙ୍ଗନାଙ୍କ ଦ୍ୱାରା କରାଯାଇଥିବା କେତେ ଗୁଡିଏ ଟ୍ୱିଟକୁ ଆଧାର କରି କମ୍ପାନୀ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏବାବଦରେ ଟ୍ୱିଟର ପକ୍ଷରୁ କୁହାଯାଇଥିଲାକି ବାରମ୍ବାର ଚେତାବନୀ ଦିଆଯାଇଥିଲେ ସୁଦ୍ଧା କଙ୍ଗନା ନିୟମର ଉଲ୍ଲଙ୍ଘନ କରିଥିଲେ । ପଲିସୀକୁ ପାଳନ କରି ନଥିଲେ ।

ଅନ୍ୟପକ୍ଷରେ ଟ୍ୱିଟର ପକ୍ଷରୁ ସସ୍ପେଣ୍ଡ ହେବା ପରେ ଦେଶୀ ମାଇକ୍ରୋ ବ୍ଲଗିଂଗ ସାଇଟ “କୁ ” ର କୋ ଫାଉଣ୍ଡର ଅପ୍ରମେୟା ରାଧାକୃଷ୍ଣନ କଙ୍ଗନାଙ୍କର ସ୍ୱାଗତ କରିଛନ୍ତି । କୁର ସହ ସଂସ୍ଥାପକ ମୟଙ୍କ ବିଡ଼ାବଟକା କଙ୍ଗନାଙ୍କୁ ସ୍ୱାଗତ କରିଥିବା ଜଣାଯାଇଛି । ଆଉ ଏବାବଦରେ କଙ୍ଗନା କହିଛନ୍ତିଯେ ତାଙ୍କୁ କୁ ନିଜ ଘର ପରି ଲାଗୁଛି । ଅନ୍ୟ ସମସ୍ତ ସାଇଟ ଭଡାରେ ନିଆଯାଇଥିବା ଭଳି ଲାଗୁଛି । କଙ୍ଗନାଙ୍କ ଏହି ମନ୍ତବ୍ୟକୁ “କୁ” ର ମୁଖ୍ୟ କାର୍ଯ୍ୟକର୍ତ୍ତା ମଧ୍ୟ ସମର୍ଥନ କରିଛନ୍ତି । କହିଛନ୍ତିଯେ, “ମେଡ଼ ଇନ ଇଣ୍ଡିଆ” ପ୍ଲାଟଫର୍ମ ଯେମିତି ଅନୁଭବ ହୋଇଥାଏ ଅନ୍ୟ କୌଣସି ଥିରେ ସେମିତି ଲାଗିନଥାଏ ।

ଆଉ ଏହି ପ୍ଲାଟ୍ଫର୍ମରେ ଯେକେହି ବି ନିଜ ଇଚ୍ଛା ଅନୁସାରେ ମତ ରଖିପାରିବେ । କହିରଖୁଛୁକି, ଗତ ଫେବୃଆରୀ ମାସରୁ ଏହି ଅଭିନେତ୍ରୀ ଜଣଙ୍କ କୁରେ ଥିବା ବେଳେ ଏଭିତରେ ତାଙ୍କ ଆକାଉଣ୍ଟ ଭେରିଫିକେସନ ହୋଇସାରିଲାଣି । ସୂତ୍ରରୁ ଜଣାଯାଇଛିଯେ ଏଯାବତ ଏହି ପ୍ଲାଟ୍ଫର୍ମରେ କଙ୍ଗନାଙ୍କର ୪.୪୮ ଲକ୍ଷ ଫଲୋଅର୍ଶ ହୋଇସାରିଲେଣି ।

 

Leave A Reply

Your email address will not be published.