ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ କନିକା, ଭାଇରଲ ହେଉଛି ମେହେନ୍ଦୀ ଫଟୋ

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ବଲିଉଡ୍ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଏବେ ଶୁଣିବାକୁ ମିଳୁଛି। ଏବେ ବଲିଉଡ ଇଣ୍ଡଷ୍ଟ୍ରୀ ଲୋକପ୍ରିୟ ଗାୟିକା କନିକା କପୁର ମଧ୍ୟ ବିବାହ ବନ୍ଧନରେ ଆଜି ଆବଦ୍ଧ ହେବେ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗତକାଲି ତାଙ୍କର ହଲଦୀ ଓ ମେହେନ୍ଦୀ କାର୍ଯ୍ୟକ୍ରମ ରହିଥିଲା। ଯାହାର ଫଟୋ ଖୁବ୍ ଭାଇରଲ୍ ହେବାରେ ଲାଗିଛି। ଯେଉଁଥିରେ କନିକା ତାଙ୍କ ପରିବାର ସହିତ ଧମାଲ କରୁଥିବା ଦେଖାଯାଇଥିଲା।

କନିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ଉତ୍ସବର ସମସ୍ତ ଫଟୋକୁ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ଜି ଆଇ ଲଭ ୟୁ…। ଫଟୋରେ କନିକା ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ଗ୍ରୀନ୍ କଲରର ଲେହେଙ୍ଗା ପିନ୍ଧିଛନ୍ତି । ଏହା ବ୍ୟତୀତ କନିକା ଓ ଗୌତମ ନିଜ ପରିବାର ସଦସ୍ୟ ବନ୍ଧୁମାନଙ୍କ ସହ ଖୁବ୍ ଖୁସି ଥିବାର ନଜର ଆସୁଛନ୍ତି । ଭାବିପତ୍ନୀ ଗୌତମଙ୍କ ସହ କନିକା ମନ ଖୋଲି ନାଚୁଛନ୍ତି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରଲ ହେଉଛି। ଏବେ ଫ୍ୟାନ୍ସ କନିକାଙ୍କ ବିବାହ ଫଟୋ ଦେଖିବା ପାଇଁ ଚାହିଁ ରହିଛନ୍ତି।

 

View this post on Instagram

 

A post shared by Kanika Kapoor (@kanik4kapoor)

କହିବାକୁ ଗଲେ ଏହା କନିକାଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ଏନଆରଆଇ ବ୍ୟବସାୟୀ ରାଜ ଚାନ୍ଦୁକଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟ ୨୦୧୨ରେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ମଧ୍ୟ ତିନୋଟି ସନ୍ତାନ ରହିଛି। ପରେ କନିକା ଗତ କିଛି ବର୍ଷ ଧରି ଗୌତମଙ୍କୁ ଡେଟ୍ କରୁଥିଲେ । ବର୍ତ୍ତମାନ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

 

View this post on Instagram

 

A post shared by Kanika Kapoor (@kanik4kapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.