କରୋନା ସଂକ୍ରମିତଙ୍କୁ ନିଜ ପ୍ଲାଜମା ଦେବେ ବଲିଉଡ ଗାୟିକା କନିକା କପୁର

ବଲିଉଡ ସିଙ୍ଗର କନିକା କପୁର କରୋନାକୁ ମାତ ଦେବାରେ ସକ୍ଷମ ହୋଇଛନ୍ତି। ଦୀର୍ଘ ଦିନ କରୋନା ସହ ମୁକାବିଲା କରିବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ। ଆଉ ଏବେ ସେ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ବଡ ପଦକ୍ଷେପ ଉଠାଇଛନ୍ତି।

କନିକା କରୋନା ରୋଗୀଙ୍କୁ ନିଜ ପ୍ଲାଜମା ଡୋନେଟ କରିବାକୁ ଇଛା ପ୍ରକାଶ କରିଛନ୍ତି। ଏହି ସାହାଯ୍ୟ ପାଇଁ ସେ ଏସଜିପିଆଙ୍କ ସହିତ ସମ୍ପର୍କ କରିଛନ୍ତି। ଯାହାପରେ ଡ଼ାକ୍ତରଙ୍କ ଟିମ ଲଖନଉରେ ଥିବା ଆପାର୍ଟମେଂଟରେ ପହଂଚି ତାଙ୍କ ନମୂନା ନେଇଛନ୍ତି। ଆଉ ପ୍ରାୟ କିଛି ସମୟ ମଧ୍ୟରେ ତାଙ୍କ ରିପୋର୍ଟ ଆସିଯିବ।

ଆପଣଙ୍କୁ ଜଣାଇବୁ ଚାହିଁବୁ ଯେ କନିକା କପୁରଙ୍କ ଉପରେ କରୋନା ଭାଇରସ ସଂକ୍ରମଣ ବିଷୟରେ ଲୁଚାଇବା ମାମଲାରେ ପୋଲିସ ମାମଲା ରୁଜୁ କରାଯାଇଛି। ଏଥିପାଇଁ ତାଙ୍କୁ ନୋଟିସ ମଧ୍ୟ ପଠାଯାଇଛି ଏବଂ ବହୁତ ଜଲଦି ତାଙ୍କ ବୟାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.