ପ୍ଲାଷ୍ଟିକ ସର୍ଜରୀ ସମୟରେ ପ୍ରାଣ ହାରିଲେ କନ୍ନଡ ଫିଲ୍ମ ଅଭିନେତ୍ରୀ ଚେତନା ରାଜ, ଡାକ୍ତରଙ୍କ ତ୍ରୁଟି ଥିବା ନେଇ ଅଭିଯୋଗ

କନ୍ନଡ ଫିଲ୍ମ ଅଭିନେତ୍ରୀ ଚେତନା ରାଜଙ୍କର ଆଜି ପରଲୋକ ହୋଇଛି । ମିଡ଼ିଆ ରିପୋର୍ଟସ ଅନୁଯାୟୀ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ଚାଲିଥିବା ସମୟରେ ଡାକ୍ତର ମାନଙ୍କର ଗୋଟିଏ ଭୁଲ ପାଇଁ ଚେତନା ଦୁନିଆ ଛାଡି ଚାଲିଯାଇଛନ୍ତି । ମିଳିଥିବା ସୂଚନା ମୁତାବକ ସୋମବାର ଫ୍ୟାଟ-ଫ୍ରି ସର୍ଜରୀ କରାଇବାକୁ ଚେତନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସନ୍ଧ୍ୟା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡିବାକୁ ଲାଗିଲା ଆଉ ତାଙ୍କ ଫୁସଫୁସରେ ପାଣି ଜମିଯାଇଥିବା ନେଇ ଡାକ୍ତରମାନେ ଠଉରାଇ ପାରିଥିଲେ । ଆଉ ପରେ ଚେତନାଙ୍କର ମୃତ୍ୟୁ ହୋଇଥିଲା ।

ରିପୋର୍ଟରେ ଏହା ଦାବି କରାଯାଇଛିଯେ ଅଭିନେତ୍ରୀ ଜଣଙ୍କ ନିଜ ମାତାପିତାଙ୍କୁ ଅପରେସନ ବାବଦରେ କୌଣସି ସୂଚନା ଦେଇନଥିଲେ । ଆଉ ନିଜର କିଛି ସାଙ୍ଗଙ୍କ ସହିତ ହସ୍ପିଟାଲ ଯାଇଥିଲେ । ସେପଟେ ଚେତନାଙ୍କ ମାତା ପିତା ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ଦାୟିତ୍ବହୀନତା ନେଇ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଡାକ୍ତରଙ୍କ ଭୁଲ କାରଣରୁ ହିଁ ଅସମୟରେ ତାଙ୍କ ଝିଅର ଜୀବନ ଚାଲିଯାଇଛି ।

ଏବେ ବି ଚେତନାଙ୍କ ଶବ ହସ୍ପିଟାଲରେ ହିଁ ରହିଛି । ପୋଷ୍ଟମର୍ଟମ ପାଇଁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ଜଣାଯାଇଛି । ଯେବେକି ଚେତନାଙ୍କ ପରିବାର ଲୋକେ ନିକଟସ୍ଥ ଥାନାରେ ହସ୍ପିଟାଲ କମିଟି ବିରୋଧରେ ଏକ ମାମଲା ଦରଜ କରିଛନ୍ତି । କହିରଖିବା ଉଚିତ ହେବକି ଚେତନା “ଗୀତା” ଓ “ଦୋରେଶାନୀ” ପରି ଫିଲ୍ମରେ ଦମଦାର ଅଭିନୟ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.