କନ୍ନଡ ଷ୍ଟାର କିରଣ ରାଜ ଦୁର୍ଘଟଣାର ଶିକାର, ଆଇସିୟୁରେ ଭର୍ତ୍ତି

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା କିରଣ ରାଜ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ଅଭିନେତା ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତାଙ୍କୁ ହସପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । କିରଣଙ୍କ ମର୍ସିଡିଜ କାରର ଡାହାଣ ପଟ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି ।
ଖବର ମୁତାବକ, ମଙ୍ଗଳବାର ଦିନ କିରଣ ନିଜ କାର୍କୁ ଦ୍ରୁତ ଗତିରେ ନେଇ ଯାଉଥିବା ବେଳେ ଡିଭାଇଜରରେ ପିଟି ହୋଇଥିଲା କାର୍ । ଫଳରେ କିରଣଙ୍କ କାରର ଡାହାଣ ପଟ ଅଂଶ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଆଇସିୟୁର ଭର୍ତ୍ତି କରାଯାଇଛି ।
କିରଣଙ୍କ ସହିତ କାର୍ରେ ଏଜକ୍ୟୁଟିଭ ପ୍ରଡ୍ୟୁସର ଥିଲେ । ଦୁର୍ଘଟଣାରେ କିରଣଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ପ୍ରଡ୍ୟୁସର ବଞ୍ଚିଯାଇଛନ୍ତି । ଦୁର୍ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି ।
କିରଣ ରାଜ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଷ୍ଟାର । ତାଙ୍କ ଫିଲ୍ମ ‘ ଦ ରୁଲର’ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । କିରଣ ନିଜ କ୍ୟାରିଅରରେ ୪୯ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ୨୦୦୫ ରେ ଫିଲ୍ମ ରାଜାମଣିକ୍ୟମରେ କିରଣ ଡେବ୍ୟୁ କରିଥିଲେ । ଏହାପରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି କିରଣ ।