ଜଣାଶୁଣା କନ୍ନଡ଼ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ, ନିଦରେ ହିଁ ଦୁନିଆକୁ କହିଲେ ଅଲ୍‌ବିଦା

ପୁଣିଥରେ ଫିଲ୍ମ ଜଗତରେ ଖେଳିଯାଇଛି ଶୋକର ଛାୟା। ଆଉ ଜଣେ ବରିଷ୍ଠ କଳାକାର ଆମ ସମସ୍ତଙ୍କୁ ଛାଡ଼ି ଆଜି ସକାଳେ ପରଲୋକ ଗମନ କରିଛନ୍ତି। ସୋମବାର ସକାଳେ କନ୍ନଡ଼ ଇଣ୍ଟ୍ରଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଜୟନ୍ତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପୁଅ କୃଷ୍ଣ କୁମାର ମା’ଙ୍କ ନିଧନ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଶୋଇଥିବା ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ଗ୍ରହଣ କରିଥିବା ଜଣାଯାଇଛି।

ଜୟନ୍ତୀ ନିଜ ଜୀବନକାଳ ମଧ୍ୟରେ ୧୦୦ରୁ ଅଧିକ କନ୍ନଡ଼ ଫିଲ୍ମରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି। ତେବେ କେବଳ କନ୍ନଡ଼ ନୁହେଁ, ହିନ୍ଦୀ ଫିଲ୍ମରେ ବି ଜୟନ୍ତୀ କାମ କରିଛନ୍ତି। ସେ ତିନ୍‌ ବହୁରାନିଆ, ତୁମ୍‌ ସେ ଅଛା କୌନ୍‌ ହେ ଓ ଗୁଣ୍ଡା ପ୍ରମୁଖ ୩ଟି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ମାଲାୟାଲମ୍‌, ତେଲୁଗୁ, ତାମିଲ ସମେତ ଅନ୍ୟ ଭାଷା ଫିଲ୍ମରେ ବି କାମ କରିଛନ୍ତି ଜୟନ୍ତୀ। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ସମ୍ମାନଜନକ ପୁରସ୍କାର ଅଭିନୟ ଶାରଦେ ଉପାଧିରେ ତାଙ୍କୁ ଭୂଷିତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ଜୟନ୍ତୀଙ୍କ ନିଧନ ହୋଇଥିବା ନେଇ ଗୁଜବ ହୋଇଥିଲା। କିନ୍ତୁ ସେତେବେଳେ ସେ ସାମ୍ନାକୁ ଆସି ଏହା ମିଛ ବୋଲି ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.