ଥାନାରେ କନ୍ନଡ ଅଭିନେତା ଦର୍ଶନ, ଫାର୍ମହାଉସରୁ ମିଳିଲା ମ୍ୟାନେଜରଙ୍କ ମୃତଦେହ

କନ୍ନଡର ଲୋକପ୍ରିୟ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା । ଅଭିନେତାଙ୍କ ବେଙ୍ଗାଲୁରୁ ସ୍ଥିତ ଫାର୍ମ ହାଉସ ମ୍ୟାନେଜର ଶ୍ରୀଧର ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୋବାଇଲରୁ ଏକ ଭିଡିଓ ପୋଲିସକୁ ମିଳିଛି । ଯେଉଁଥିରେ ସେ ସିଭିୟର ଡିପ୍ରେସନର ଶିକାର ଥିବା କହିଛନ୍ତି । ଏହା ସହ ତଦନ୍ତ ସମୟରେ ତାଙ୍କ ପରିବାର ଲୋକଙ୍କୁ ସାମିଲ ନକରିବାକୁ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ବହୁଚର୍ଚ୍ଚିତ ମର୍ଡର କେସରେ ଫସିଛନ୍ତି ଅଭିନେତା ଦର୍ଶନ ଥୁଗୁଦୀପା। ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ତାଙ୍କୁ ଗିରଫ କରାଯାଇଛି । ଥୁଗୁଦୀପା ଏବଂ ତାଙ୍କ ପ୍ରେମିକା ପବିତ୍ରା ଗୌଡଙ୍କ ସମେତ ୧୫ ଜଣ ଗିରଫ ହୋଇଛନ୍ତି । ପବିତ୍ରା ଗୌଡଙ୍କୁ ଅପମାନଜନକ ମନ୍ତବ୍ୟ ଦେଇଥିଲେ ରେଣୁକାସ୍ବାମୀ । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଚିତ୍ରଦୁର୍ଗରୁ ଅପହରଣ କରାଯାଇଥିଲା । ପରେ ତାଙ୍କ ମୃତଦେହ ଏକ ଡ୍ରେନରୁ ଉଦ୍ଧାର ହୋଇଥିଲା । ତେବେ ହତ୍ୟା ପୂର୍ବରୁ ରେଣୁକାସ୍ବାମୀଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯାଇଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ମାମଲାରେ ଦର୍ଶନ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।

ରେଣୁକାସ୍ୱାମୀ ନାମକ ଯୁବକଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାଁ ନେଇଥିଲେ । ଅଭିଯୁକ୍ତଙ୍କ ସହ ଦର୍ଶନ ବାରମ୍ବାର ଯୋଗାଯୋଗରେ ଥିବା ଅଭିଯୋଗ ହୋଇଥିଲା । ହତ୍ୟା କରାଯାଇଥିବା ଯୁବକଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଥିଲା । ଦର୍ଶନ ରେଣୁକାସ୍ୱାମୀଙ୍କ ମୃତ୍ୟୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଜେଲ ପଠାଯାଇଛି ।

ଦର୍ଶନ ଅଭିନୟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ, ଜଣେ ପ୍ରୋଜେକ୍ଟନିଷ୍ଟ ଭାବେ କାମ କରୁଥିଲେ । ପରେ ସେ ପ୍ରସିଦ୍ଧ ସିନେମାଟୋଗ୍ରାଫର ବିସି ଗୌରୀଶଙ୍କରଙ୍କ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍ ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ମହାଭାରତ ୧୯୯୭ରେ ରିଲିଜ ହୋଇଥିଲା । ଏହାପରେ ତାଙ୍କୁ ଅନେକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ‘ନାମ୍ମା ପ୍ରୀତିୟା ରାମୁ’, ‘କଲାସିପାଲ୍ୟା’, ‘ଗାଜା’, ‘କରିଆ’, ‘ନବଗ୍ରହ’, ‘ସାରଥୀ’, ‘ବୁଲବୁଲ’ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

You might also like