ପୁଣିଥରେ ଦର୍ଶକଙ୍କୁ ଏକାଠି ହସାଇବେ କପିଲ ଏବଂ ଗୁଥି, କଲର୍ସରେ ଆସିବେ ନଜର

କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତବର୍ଷ ୨୧ ଦିନ ପାଇଁ ଲକ୍‍ଡାଉନ । ଏହି ଲକ୍‍ଡାଉନ ଯୋଗୁଁ ଫିଲ୍ମ ଠାରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ସବୁ ସୁଟିଂ ବନ୍ଦ ହୋଇପଡିଛି । ଏଥିପାଇଁ ଅଧିକାଂଶ ଚ୍ୟାନେଲରେ ପୁରୁଣା ଶୋ ଏବଂ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ସିରିଅଲ ପ୍ରସାରଣ କରାଯାଉଛି । ଅନ୍ୟ ଚ୍ୟାନେଲ ପରି ମଧ୍ୟ ଏବେ କଲର୍ସରେ ମଧ୍ୟ ପୁରୁଣା ଶୋ ପ୍ରସାରିତ ହେବାକୁ ଯାଉଛି । ଏହି ଚ୍ୟାନେଲରେ ଏକ ଲୋକପ୍ରିୟ କମେଡି ଶୋ “କମେଡି ନାଉଟସ୍‍ ୱିଥ କପିଲ୍‍’ ପ୍ରସାରିତ ହେବ । କପିଲଙ୍କ ସହିତ ଗୁଥି ଅର୍ଥାତ ସୁନୀଲ ଗ୍ରୋଭର ଏବେ ଦଶର୍କଙ୍କୁ ହସାଇବାକୁ ଯାଉଛନ୍ତି । ଏହି ସିରିଅଲ ଏବେ ଶନିବାର ଏବଂ ରବିବାର ପ୍ରସାରିତ ହେବ ।

kapil 1

ସୂଚନାଯୋଗ୍ୟ, ଆଗରୁ କପିଲ ଶୋ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବେଳେ ପରେ କପିଲ ଚ୍ୟାନେଲ ଠାରୁ ଅଲଗା ହୋଇ ନିଜେ ‘ଦି କପିଲ ଶର୍ମା ଶୋ’ ନାମରେ ସୋନୀରେ କମେଡି ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.