ସରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ସିଜନ ୨, ଫ୍ୟାନ୍ସ ଇମୋସନାଲ୍
‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ଫ୍ୟାନମାନଙ୍କୁ ଝଟକା । କପିଲ ଶର୍ମାଙ୍କ କମେଡି ଶୋ’ର ସିଜନ ୨ ଏବେ ବହୁତ ଜଲଦି ଶେଷ ହେବାକୁ ଯାଉଛି । କପିଲ ଶର୍ମା ନିଜେ ଏ କଥା ଘୋଷଣା କରିଛନ୍ତି । ଚଳିତ ସପ୍ତାହର ଏପିସୋଡ୍ ପରେ ଦେଖାଯାଇଥିବା ଟିଜରରେ କପିଲ କହୁଛନ୍ତି ଯେ ଆସନ୍ତା ଶନିବାର ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ୨’ର ଫିନାଲେ ଏପିସୋଡ୍ ହେବ ।
‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ସିଜନ ୨ର ଫିନାଲେ ଏପିସୋଡରେ ବରୁଣ ଧୱନ ଏବଂ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ବେବି ଜନ୍’ର ପୂରା ଟିମ୍ ଅତିଥି ଭାବରେ ନଜର ଆସିବେ । ଅତିଥିମାନଙ୍କ ତାଲିକାରେ ବରୁଣ ଧୱନଙ୍କ ବ୍ୟତୀତ ଜୱାନ ନିର୍ଦ୍ଦେଶକ ଏଟଲି ଓ ନିର୍ଦ୍ଦେଶକ କାଲିସ୍ ଯୋଗଦେବେ । ଏହା ସହିତ ଭାମିକା ଗବ୍ବି ଓ କୀର୍ତ୍ତି ସୁରେଶ ମଧ୍ୟ ନିଜର ଜଲୱା ଦେଖାଇବାକୁ ଆସିବେ ।
ଫିନାଲେରେ ବରୁଣ ଧୱନ ପୋଲ୍ ଡ୍ୟାନ୍ସ କରି ସମସ୍ତଙ୍କୁ ଇମ୍ପ୍ରେସ୍ କରୁଥିବାର ନଜର ଆସିବେ । ତାଙ୍କର ଶାନଦାର୍ ପୋଲ୍ ଡ୍ୟାନ୍ସ ଦେଖି ଅର୍ଚ୍ଚନା ପୁରନ୍ ସିଂ ମଧ୍ୟ ଆଶ୍ଚର୍ଯ୍ୟ ହେବାର ଦେଖାଯିବେ । ଏ ସବୁକୁ ମିଶାଇ ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ସିଜନ ୨ର ଫିନାଲେ ବହୁତ ଧମାକାଦାର ହେବାକୁ ଯାଉଛି । କିନ୍ତୁ ଶୋ’ ଶେଷ ହେବାକୁ ଯାଉଥିବାର ଖବର ଫ୍ୟାନମାନଙ୍କୁ ନିରାଶ କରି ଦେଇଛି ।
କହି ରଖୁଛୁ, ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ଦ୍ଵିତୀୟ ସିଜନ ୨୦୨୪ ସେପ୍ଟେମ୍ବର ୨୧ରେ ଆରମ୍ଭ ହୋଇଥିଲା । ଆସନ୍ତା ସପ୍ତାହରେ ଏହି ସିଜନର ୧୩ତମ ତଥା ଶେଷ ଏପିସୋଡ୍ ଆସିବ । ଏବେ କେବଳ ଦେଖିବାକୁ ବାକି ରହିଲା, ଶୋ’ର ତୃତୀୟ ସିଜନ କେବେ ଆସିବ ।