ସଞ୍ଜୁ ପରେ କପିଲ୍ : ବଲିଉଡରେ ଚାଲିଛି ବାୟୋପିକର ସିରିଜ୍

ମୁମ୍ବାଇ : ‘ସଞ୍ଜୁ’ ଫିଲ୍ମ ନିର୍ମିତ ହେବା ପରେ ବର୍ତ୍ତମାନ ବଲିଉଡ କଳାକାର ମାନଙ୍କ ମଧ୍ୟରେ ବାୟୋପିକ ନିର୍ମାଣ କରିବାର ଉତ୍ସାହ ଆରମ୍ଭ ହୋଇଗଲାଣି। ପ୍ରଶଂସକ ମାନେ ନିଜର ପ୍ରିୟ କଳାକାରଙ୍କ ଜୀବନ କାହାଣୀ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି। ଏଥିପାଇଁ ଫିଲ୍ମ ନିର୍ମାତା, ଲୋକପ୍ରିୟ କମେଡିଆନ କପିଲ ଶର୍ମାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

ହିନ୍ଦୀ ଫିଲ୍ମ ’ତେରେ ଭାଭି ହେ ପଗଲେ’ର ନିର୍ଦ୍ଦେଶକ ବିନୋଦ ତିୱାରୀ ବହୁତ ଶୀଘ୍ର କପିଲ ଶର୍ମାଙ୍କ ବାୟୋପିକକୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ତାଙ୍କ ଇଚ୍ଛା ରହିଛି, ଏହି ଫିଲ୍ମରେ କପିଲ ନିଜେ ମୁଖ୍ଯ ଚରିତ୍ରରେ ଅଭିନୟ କରନ୍ତୁ। ଯଦି କପିଲ ଏହା ପାଇଁ ମନା କରିବେ ତେବେ ଅଭିନେତା କ୍ରିଷ୍ଣା ଅଭିଷେକଙ୍କୁ କପିଲଙ୍କ ଭୂମିକା କରିବାକୁ ଦେବେ। ଫିଲ୍ମ ନିର୍ମାତାଙ୍କ ଭାବନାରେ କ୍ରିଷ୍ଣା ଅଭିଷେକ କମେଡ଼ିଅଆନ୍  କପିଲ ଶର୍ମାଙ୍କ ଚରିତ୍ର ବହୁତ ଭଲ ଭାବେ ଅଭିନୟ କରିପାରିବେ।

kapil-vinod

ବିନୋଦଙ୍କ ଅନୁଯାୟୀ, ’ସଞ୍ଜୁ’ ଫିଲ୍ମ ଦେଖିବା ପରେ ସେ ଏକ ବାୟୋପିକ ନିର୍ମାଣ କରିବା ପାଇଁ ପ୍ରେରିତ ହେଲେ। ସେହି ସମୟରେ ହଠାତ କପିଲଙ୍କ ବାୟୋପିକ ତାଙ୍କ ନଜରକୁ ଆସିଲା। ତାଙ୍କୁ ଲାଗିଲା କପିଲଙ୍କ କାହାଣୀ ସମସ୍ତଙ୍କ ନଜରକୁ ଆସିବା ଦରକାର। ଏଥିପାଇଁ ସେ ପ୍ରଯୋଜକଙ୍କ ସହିତ କଥା ହୋଇ କପିଲଙ୍କ ବାୟୋପିକ ନିର୍ମାଣ କରିବାକୁ ଉତ୍ସାହିତ ଅଛନ୍ତି।

ସେ ୨୦୧୦ରେ କପିଲଙ୍କ ବାୟୋପିକ ନିର୍ମାଣ କରିବାକୁ ଚାହୁଁଥିଲେ ହେଲେ ପ୍ରଯୋଜକ ଏହା ପାଇଁ ପ୍ରସ୍ତୁତ ନଥିଲେ।  କିନ୍ତୁ ବର୍ତ୍ତମାନ ସେ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପୂର୍ବ ସୂଚନା ଅନୁଯାୟୀ, କପିଲ ଏବଂ କ୍ରିଷ୍ଣା ଅଭିଷେକଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ। ଏହି ପରିସ୍ଥିତିରେ ଯଦି କ୍ରିଷ୍ଣା କପିଲଙ୍କ ଚରିତ୍ରରେ ଅଭିନୟ କରିବେ ତେବେ ଏହା ଦେଖିବାକୁ ବହୁତ ମଜାଦାର ଲାଗିବ। ଜଣାଇବାକୁ ଚାହିଁବୁ, ନିର୍ଦ୍ଦେଶକ ବିନୋଦ ତିୱାରୀ ୧୩ ଜୁଲାଇରେ ରିଲିଜ ହେବାକୁ ଥିବା ଫିଲ୍ମ ’ତେରେ ଭାଭି ହେ ପଗଲେ’ରେ ସଞ୍ଜୟ ଦତ୍ତଙ୍କ ଭାଣିଜୀ ନାଜିଆ ହୁସେନଙ୍କୁ ଲଞ୍ଚ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.