ଡିଜିଟାଲ ଡେବ୍ୟୁ ପାଇଁ ୨୦ କୋଟି ଟଙ୍କାର ମୋଟା ଫିସ ଚାର୍ଜ କରୁଛନ୍ତି କପିଲ ଶର୍ମା !

ପ୍ରସିଦ୍ଧ ଟିଭି ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ଏବେ ଡିଜିଟାଲ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । କପିଲ ଶର୍ମା ଖୁବ ଶୀଘ୍ର ଏକ ୱେବ୍ ସିରିଜ୍ ସହିତ OTT ପ୍ଲାଟଫର୍ମରେ ନିଜର ନୂଆ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ କପିଲ ଶର୍ମାଙ୍କ ଡେବ୍ୟୁ ୱେବ୍ ସିରିଜ୍ ବିଷୟରେ ଅଧିକ ସୂଚନା ପ୍ରକାଶ ପାଇନାହିଁ । ତେବେ ନିକଟରେ କୃଷ୍ଣ ଅଭିଷେକ କପିଲ ଶର୍ମାଙ୍କ ଶୋ ‘ଦ କପିଲ ଶର୍ମା ସୋ’ର ଏକ ଏପିସୋଡରେ ଡିଜିଟାଲ ଡେବ୍ୟୁ ପାଇଁ ଚାର୍ଜ ହୋଇଥିବା ଫି ବିଷୟରେ ପ୍ରକାଶ କରିଛନ୍ତି ।

ନିକଟରେ ଏକ ଏପିସୋଡରେ ଯେତେବେଳେ ଶତ୍ରୁଘ୍ନ ସିହ୍ନା ତାଙ୍କ ପୁଅ ଲୁଭଙ୍କ ସହ ଅତିଥି ଭାବରେ ଆସିଥିଲେ । ସେତେବେଳେ କୃଷ୍ନା ଥଟ୍ଟା କରି କହିଥିଲେ ଯେ କପିଲ ଶର୍ମା ତାଙ୍କ ଡିଜିଟାଲ୍ ଡେବ୍ୟୁ ପାଇଁ ୨୦ କୋଟି ଟଙ୍କା ଚାର୍ଜ ନେଉଛନ୍ତି । ଯଦିଓ କୃଷ୍ଣ ଶୋ’ରେ କପିଲଙ୍କ ଫିସକୁ ପରିହାସ କରୁଥିଲେ, କିନ୍ତୁ ଏହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଯେହେତୁ ସମସ୍ତେ ଜାଣନ୍ତି ଯେ ପ୍ରଶଂସକଙ୍କ ମଧ୍ୟରେ କପିଲ ଶର୍ମାଙ୍କର ବହୁତ ଲୋକପ୍ରିୟତା ଅଛି । ଏଭଳି ପରିସ୍ଥିତିରେ ସେ ଏକ ଡିଜିଟାଲ୍ ପ୍ରୋଜେକ୍ଟ ପାଇଁ ପ୍ରଚୁର ଶୁଳ୍କ ଆଦାୟ କରୁଥିବା କଥାକୁ କେହିବି ଅସ୍ୱୀକାର କରିବେ ନାହିଁ ।

Leave A Reply

Your email address will not be published.