କପିଲ ଶର୍ମା ବାପା ହେବା ଖୁସିରେ ଦେଲେ ପାର୍ଟି, ଗିନ୍ନୀଙ୍କ ବେବି ଶାଓ୍ଵର ଫଟୋ ଭାଇରାଲ

କମେଡି କିଙ୍ଗ୍ କପିଲ ଶର୍ମା ଜଲଦି ବାପା ହେବାକୁ ଯାଉଛନ୍ତି। ନିକଟରେ କପିଲ ନିଜ ପତ୍ନୀ ଗିନ୍ନୀଙ୍କ ବେବି ଶାଓ୍ଵର ପାର୍ଟି ରଖିଛନ୍ତି। ଏହି ପାର୍ଟିର ବହୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରୁ ଦେଖି ଲାଗୁଛି କପିଲ ତାଙ୍କ ପତ୍ନୀଙ୍କ ପାଇଁ ସବୁ ମୂହୁର୍ତ୍ତକୁ ସ୍ପେଶାଲ କରିବାକୁ ବହୁତ ଚେଷ୍ଟା କରୁଛନ୍ତି।
ଏହି ପାର୍ଟିରେ ବହୁତ କଳାକାର ମାନେ ଯୋଗ ଦେବା ସହିତ ‘କପିଲ ଶର୍ମା ଶୋ’ର କୋ-ଷ୍ଟାର୍ସ ମଧ୍ୟ ଉପସ୍ଥିତ ଥିଲେ। ଏହି ପାର୍ଟିରେ ସମସ୍ତେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳୁଛି। ଗିନ୍ନୀ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି।
କପିଲ ପତ୍ନୀ ଏବଂ ତାଙ୍କ ପିଲାଙ୍କ ପାଇଁ ଏବେଠୁ ବହୁତ ପ୍ଲାନିଂ କରିଛନ୍ତି ଯାହାଦ୍ୱାରା ଶୋ’ର ସୁଟିଂରେ କୌଣସି ପ୍ରଭାବ ପଡିନନାହିଁ। ସେ ଆଗୁଆ ଅନେକ ସେଲିବ୍ରିଟୀଙ୍କର ଇଣ୍ଟରଭିଉ ନେଇଯାଉଛନ୍ତି ଯାହାଦ୍ୱାରା ସେ ଆଗକୁ ତାଙ୍କର ସବୁ ଟାଇମ ପତ୍ନୀ ଏବଂ ବେବିକୁ ଦେଇପାରିବେ।
ଏହାସହ ପଢନ୍ତୁ : ଶୁଟିଂ ଶେଷ ହେବା ପୂର୍ବରୁ ଲିକ୍ ହେଲା ରଣବୀର କପୁରଙ୍କ ‘ଶମଶେରା’ର ଫାଷ୍ଟ ଲୁକ, ଇଣ୍ଟରନେଟରେ ହେଉଛି ଭାଇରାଲ
ଫଟୋରେ କପିଲ ଶର୍ମାଙ୍କ ପତ୍ନୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ପିଙ୍କ୍ ଗାଉନ ଏବଂ ମୁଣ୍ଡରେ ଟିଆରା ପିନ୍ଧି ଗିନ୍ନୀ ପୂରା ରାଣୀଙ୍କ ଭଳି ଲାଗୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କପିଲ ଏବଂ ଗିନ୍ନୀଙ୍କ ବିବାହ ୨୦୧୮ରେ ହୋଇଥିଲା। କପିଲଙ୍କର ଶୋ ଏବେ ବହୁତ ଭଲ ଟିଆରପିରେ ଚାଲିଛି। ଏହି ଶୋ’ ଟିଆରପି ଲିଷ୍ଟରେ ଟପ ୧୦ ରେ ଅପରିବର୍ତ୍ତିତ ରହିଛି।