କପିଲ ଶର୍ମାଙ୍କୁ ଷ୍ଟାର ବନାଇବାରେ ସାହାଯ୍ୟ କରିଛନ୍ତି ଏହି ମହିଳା, ସବୁବେଳେ ସପୋର୍ଟ କରୁଥିବାରୁ ତାଙ୍କୁ ଜଣାଇଲେ ଧନ୍ୟବାଦ

କମେଡିଆନ କପିଲ ଶର୍ମାଙ୍କୁ କିଏ ବା ନଜାଣେ । ତାଙ୍କ କମେଡି କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ଖୁବ ଲୋକପ୍ରିୟ । ଏମିତିରେ କପିଲ ଶର୍ମାଙ୍କ ସେଟକୁ ଅନ୍ୟ ଦେଶରୁ ବିଦେଶୀ ଦର୍ଶକ ଆସିବାର ଆମେ ଦେଖିଛେ । ତେଣୁ ଏଥିରେ ସନ୍ଦେହ ନାହିଁ ଯେ କପିଲଙ୍କ କମେଡି ଯାଦୁ ସାରା ଦୁନିଆରେ ଛାଇ ଯାଇଛି । ତେବେ ବହୁ କଷ୍ଟ ପରେ ସେ ଏକ ଷ୍ଟାର ଭାବେ ଦର୍ଶକଙ୍କ ଭଲ ପାଇବା ସାଉଁଟିଛନ୍ତି । କିନ୍ତୁ ତାଙ୍କର ଏହି ସଫଳତା ପଛରେ ରହିଛି ଜଣେ ବ୍ୟକ୍ତିଙ୍କ ହାତ ।

କପିଲ ନିଜେ ଏହା ସମ୍ପର୍କରେ କହିଛନ୍ତି । ସେହି ବ୍ୟକ୍ତି ଜଣକ ଆଉ କିଏ ନୁହଁନ୍ତି ବରଂ ଆପଣ ମଧ୍ୟ ତାଙ୍କୁ ଜାଣିଛନ୍ତି । କପିଲଙ୍କ କହିବା ଅନୁଯାୟୀ, ଅର୍ଚ୍ଚନା ପୁରନସିଂଙ୍କ କପିଲଙ୍କ ସଫଳତାରେ ବଡ଼ ଭୂମିକା ରହିଛି । ଏବେ ତାଙ୍କ ସୋର ଜଜ୍ ରୂପେ ଅର୍ଚ୍ଚନା ଦାୟିତ୍ୱ ନିଭାଉଥିବା ବେଳେ ଏହା ପୂର୍ବରୁ ଥିଲେ ନବଜୋତ୍ ସିଂ ସିଦ୍ଧୁ । କିନ୍ତୁ ଷ୍ଟ୍ରଗଲ କଥା ଆସିଲେ କପିଲ ଙ୍କୁ ସେହି ସମୟରେ ଅର୍ଚ୍ଚନା ଖୁବ ସପୋର୍ଟ କରିଥିଲେ ବୋଲି ଜଣାପଡ଼ିଛି ।

kapil shrama
pc: IBtimesindia

ତେବେ କପିଲଙ୍କୁ ଏହି ସଫଳତା ରାତାରାତି ମିଳିନି । ବରଂ ଏଥିପାଇଁ ସେ ବର୍ଷ ବର୍ଷ ଧରି କଷ୍ଟ କରିଛନ୍ତି । ଏବେ କପିଲ ଷ୍ଟାର ମାନଙ୍କ ଲିଷ୍ଟରେ ଗଣା ହେଉଛନ୍ତି । ଫିଲ୍ମ ପ୍ରମୋସନ ହେଉକି ଗୀତ ସବୁ ସେଲିବ୍ରେଟି ଏବେ ଯାଉଁଛନ୍ତି କପିଲଙ୍କ ସୋକୁ । ତେବେ ସେ ଯାହା ହେଉ ନା କାହିଁକି କପିଲଙ୍କ କମେଡିର ଦିୱାନା ଆଜି ସମେସ୍ତ ହୋଇଗଲେଣି । ତେଣୁ ନିଜେ ସମସ୍ୟାରେ ଥିଲେ ମଧ୍ୟ ନିଜ ଦର୍ଶକଙ୍କ ପାଇଁ ସେ ସବୁବେଳେ ହାଇଭୋଲଟେଜ କମେଡି ଆଣୁଥିବାରୁ ସବୁଠି ପ୍ରଂଶସା ସାଉଁଟି ପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.