କପିଲ ଶର୍ମାଙ୍କ ପୁଅ ତ୍ରିଶାନଙ୍କ ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା, କମେଣ୍ଟସ୍ ରେ ଦେଲେ ଆଶିର୍ବାଦ

ଗତ କାଲି ଅର୍ଥାତ ୨୦ ଜୁନ ରବିବାର ସାରା ଦେଶରେ ଫାଦର୍ସ ଡେ ପାଳନ କରାଯାଇଥିଲା । ଏହିଦିନ ସୋସିଆଲ ମିଡିଆରେ ଅନେକ ନିଜ ବାପାଙ୍କ ସହ ଫଟୋ ଉଠାଇ ପୋଷ୍ଟ କରିଥିଲେ । ତା ସହ ଲମ୍ବା ଲମ୍ବା କ୍ୟାପସନ ଲେଖି ବାପାଙ୍କ ପ୍ରତି ନିଜ ଭଲପାଇବା ଓ ସମ୍ମାନ ଜାହିର କରିଥିଲେ । ତେବେ ବଲିଉଡ ର ନାମୀ ଦାମୀ କଳାକାର ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଅନେକ ନିଜ ବାପାଙ୍କ ସହ ଫଟୋ ସେୟାର କରିଥିବା ବେଳେ କିଛି ଜଣ ବାପା ହେବା ପରେ ନିଜ ପିଲା ସହ ଫଟୋ ସେୟାର କରିଛନ୍ତି ।

କମେଡି କିଙ୍ଗ କପିଲ ଶର୍ମା ମଧ୍ୟ ପିତା ହେବା ପରେ ନିଜ ପୁଅ ସହ ଫଟୋ ସେୟାର କରିଛନ୍ତି । କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନ୍ନୀ ୧ ଫେବୃଆରୀ ୨୦୨୧ରେ ପୁତ୍ର ସନ୍ତାନର ପିତା ମାତା ହୋଇଥିଲେ । କପିଲ ଏହା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେବା ପରେ ତାଙ୍କ ପୁଅଙ୍କ ଫଟୋ କେବେ ସେୟାର କରିନଥିଲେ । କିନ୍ତୁ ଗତ କାଲି ଫାଦର୍ସ ଡେ ଉପଲକ୍ଷେ କପିଲ ନିଜ ପୁତ୍ର ସନ୍ତାନ ସହ ଫଟୋ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, କପିଲଙ୍କ ପୁଅଙ୍କ ନାମ ତ୍ରିଶାନ ରଖିିଛନ୍ତି । ଏବେ ସେ ୨ ପିଲାଙ୍କ ଫଟୋ ସେୟାର କରିଛନ୍ତି।

କପିଲ ଏହି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖି ଫ୍ୟାନ୍ସ ମାନେ ଜବରଦସ୍ତ କମେଣ୍ଟ ଦେବା ସହ ପୋଷ୍ଟକୁ ଖୁବ ପସନ୍ଦ କରିଛନ୍ତି । ଅନେକ କମେଣ୍ଟସ୍ ଜରିଆରେ ଆଶିର୍ବାଦ ଦେଇଛନ୍ତି । ଖବର ଅନୁଯାୟୀ, କପିଲ ଶର୍ମାଙ୍କ କମେଡି ସୋ ଅଚାନକ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ସେ କହିଥିଲେ ଯେ, ସେ ପୁଣି ଥିରେ ପ୍ୟାରେଣ୍ଟସ୍ ହେବା ପାଇଁ ଯୋଜନା କରୁଥିବାରୁ ଛୁଟି ନେଇଛନ୍ତି ।

ଏହାପୂର୍ବରୁ ମଧ୍ୟ ସେ ନିଜ ପତ୍ନୀଙ୍କ ସହ ସମୟ ବିତାଇବା ପାଇଁ ଅନେକ ଥର ଛୁଟି ନେଇ ସୋ କୁ ପୁନର୍ବାର ଫେରିଛନ୍ତି । ଏବେ ପୁନର୍ବାର ଫେରିବା ପାଇଁ ଫ୍ୟାନ୍ସମାନେ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.