ଷ୍ଟାଣ୍ଡଅପ କମେଡିରେ କ୍ୟାରିୟର ଆରମ୍ଭ କରିବେ କପିଲ୍ ଶର୍ମା, ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଦେଲେ ସୂଚନା

କମେଡି କିଙ୍ଗ୍ କପିଲଙ୍କୁ କିଏ ବା ନଜାଣେ । ନିଜ କମେଡିକୁ ସାରା କେବଳ ଭାରତ ନୁହେଁ ଭାରତ ବାହାରର ଲୋକଙ୍କୁ ମଧ୍ୟ ସେ ହସାଇ ଥାଆନ୍ତି । ସେଥିପାଇଁତ ସେ ଆଜି କମେଡି କିଙ୍ଗ କପିଲ ନାମରେ ସବୁଠାରେ ଜଣାଶୁଣା । ଆପଣ ତାଙ୍କ ସୋ କୁ ସୋନି ଟିଭି ମାଧ୍ୟରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ନୂଆ ରୂପରେ ଆସିବେ କମେଡି କିଙ୍ଗ କପିଲ ଶର୍ମା । ଆପଣ ତ ଜାଣିଛନ୍ତି ଏବେ କୋଭିଡ ପାଇଁ ବେଳେ ବେଳେ ଫିଲ୍ମ ହଲ ଗୁଡିକ ବନ୍ଦ ହୋଇଯାଉଛି । ତେବେ କପିଲ ବର୍ତ୍ତମାନ ଆସିବେ ଓଟିଟି ପ୍ଲାଟଫର୍ମରେ । ଆପଣ ଜାଣି ଖୁସି ହେବେ ଯେ ଇଂଲିଶକୁ ଡରୁଥିବା କପିଲ ଏବେ କହିବେ ଇଂଲିଶ । ନିଜ ଅନ୍ଦାଜ୍ରେ ରହିବେ ନିଜ କାହାଣୀ ।
View this post on Instagram
କପିଲ କରିବାକୁ ଯାଉଛନ୍ତି କେବଳ OTT ଡେବ୍ୟୁ । କପିଲ ଏବେ ଓଟିଟି ପ୍ଲାଟଫର୍ମରେ ଦେଖାଇବେ ନିଜ କମେଡିର ଯାଦୁ। ପ୍ରଥମ ଥର ପାଇଁ ଓଟଟି ଡେବ୍ୟୁ କରିବେ କପିଲ୍ ଶର୍ମା ।ନେଟ୍ଫ୍ଲିକ୍ସରେ କପିଲ କହିବେ ନିଜର କାହାଣୀ, ତାହା ପୁଣି ଇଂରାଜୀରେ । ଏହାର ଏକ ଭିଡିଓ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ନେଟଫ୍ଲିକ୍ସ ସହିତ ମିଶି ଏହି ଭିଡିଓକୁ କପିଲ ପ୍ରସ୍ତୁତ କରିଛନ୍ତି। ନିଜ ଜୀବନରେ କେତେ କଷ୍ଟ କରି ସେ ଆଜି ମୁମ୍ବାଇରେ ଖୁସିରେ ଅଛନ୍ତି ଓ ତାଙ୍କର କମେଡି ଜର୍ଣ୍ଣି କିପରି ଆରମ୍ଭ ହୋଇଥିଲା ସବୁ ବିଷୟରେ ସେ ଟିକ୍ ନିକ୍ ଷ୍ଟୋରୀ କହିବେ । ସେ ପୁଣି ନିଜ ଶୈଳୀରେ ।
View this post on Instagram
ନିଜ ଆଇଡିରେ ତାଙ୍କର ଏକ ଭିଡିଓକୁ ସେୟାର କରି କପିଲ କ୍ୟାପସନ୍ରେ ମଧ୍ୟ ଲେଖିଛନ୍ତି ଯେ, ଆସନ୍ତା ୨୮ ତାରିଖରେ ସେ ‘ନେଟ୍ଫ୍ଲିକ୍ସରେ’ ରେ ଆସିବେ । କହିବାକୁ ଗଲେ ସେ ଷ୍ଟାଣ୍ଡଅପ କମେଡି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । OTTରେ ପ୍ରସାରିତ ହେବାକୁ ଯାଉଥିବା ଏହି ଶୋ’ ମାଧ୍ୟମରେ କପିଲ ନିଜ କାହାଣୀ କହିବା ସହ ଏକ ଗୀତ ମଧ୍ୟ ଗାଇଛନ୍ତି, ତାହା ମଧ୍ୟ ଇଂରାଜୀରେ।

ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ’ ‘ଦ କପିଲ ଶର୍ମା ଶୋ’ ସର୍ବଦା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ରହିଛି। ଗତ କିଛି ମାସ ତଳେ ହିଁ ଏହି ଶୋ’ର ନୂଆ ସିଜିନ୍ ଆରମ୍ଭ ହୋଇଥିଲା। ପ୍ରତି ୱିକେଣ୍ଡରେ ଶୋ’କୁ ନୂଆ ନୂଆ ଅତିଥି ଆସୁଥିଲେ। କିନ୍ତୁ ଏବେ ଓମିକ୍ରନ୍ ଯୋଗୁଁ ଶୋ’ର ଶୁଟିଂକୁ ପୁଣି ଥରେ ଅଟକାଇ ଦିଆଯାଇଛି। କପିଲ ଏହି ଶୋ’ ଘୋଷଣା କରିବା ପରେ ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଷ୍ଟାଣ୍ଡଅପ କମେଡି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଶୋ’ ର ନାମ ରହିଛି ‘ଆଇ ଆମ ନଟ ଡନ ୟେଟ୍’ ଯାହାକୁ ଦର୍ଶକ ଦେଖିଥିବା ପାଇଁ ଅଧିକ ଏକ୍ସାଇଟେଡ ଅଛନ୍ତି ବୋଲି ସେ କହିଛନ୍ତି ।