ପତ୍ନୀ ଗିନ୍ନିଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ଏବଂ ଫଟୋ ସେଆର କଲେ କମେଡ଼ିଆନ କପିଲ ଶର୍ମା

କେନ୍ୟୁଜ୍‌: ପପୁଲାର କମେଡ଼ିଆନ କପିଲ ଶର୍ମା ନିଜ ପତ୍ନୀ ଗିନ୍ନିଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଫଟୋରେ ମଜାଳିଆ କମେଣ୍ଟ କରିଛନ୍ତି । କପିଲ ଶର୍ମା ଯେତେ ନିଜର କମେଡ଼ି ପାଇଁ ପପୁଲାର ସେତିକି ତାଙ୍କ କ୍ୟାରିଅରରେ ବିବାଦ ଆସିଛି । ତାଙ୍କ ଜୀବନର ଉତ୍ଥାନ ପତ୍ତନ ଭିତରେ କେବଳ ଏକ ମାତ୍ର ତାଙ୍କ ପତ୍ନୀ ଏବଂ ବନ୍ଧୁ ଗିନ୍ନି ଚତ୍ରାଥ ହିଁ ତାଙ୍କ ପାଖରେ ରହିଛନ୍ତି । ସବୁ ଖରାପ ସମୟରେ ତାଙ୍କୁ ସାହସ ଦେଇଛନ୍ତି ।

 

 

View this post on Instagram

 

A post shared by Kapil Sharma (@kapilsharma)

କପିଲ ସେୟାର କରିଛନ୍ତି ଗିନ୍ନିଙ୍କ ଫଟୋ:
ବିନ୍ନିଙ୍କ ଜନ୍ମ ଦିନରେ କପିଲ ତାଙ୍କର ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୁଇ ଜଣଙ୍କୁ ରୋମାଣ୍ଟିକ ପୋଜ୍‌ରେ ଦେଖିବାକୁ ମିଳିଛି । ଫଟୋ ସେଆର କରି କପିଲ ଲେଖିଛନ୍ତି,‘ହେପି ବାର୍ଥ ଡେ ମେରି ଜାନ୍‌ , ମୋ ଜୀବନରେ ଖୁସି ଭରିଦେିଥିବାରୁ ତୁମକୁ ଧନ୍ୟବାଦ,ଭଗବାନ ତୁମକୁ ଦୁନିଆର ସବୁ ଖୁସି ଦିଅନ୍ତୁ’ । ଏସବୁ ଦେଖି ଫ୍ୟାନ୍ସମାନେ ଖୁସି ହୋଇ ଯାଇଛନ୍ତି । ଅନେକ ଲୋକ ଗିନ୍ନିଙ୍କ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

 

ଫଟୋ ଦେଖି ଫ୍ୟାନ୍ସ ମଜା ନେଲେ:
କପିଲ ଛାଡ଼ିଥିବା ଫଟୋରେ ମଜାଳିଆ କମେଣ୍ଟ ଲେଖି ଫ୍ୟାନ୍ସମାନେ ବହୁତ ମଜା ନେଇଛନ୍ତି । ଜଣେ ଦୁବାଇର ଫଟୋ ଦେଖି ଲେଖିଛନ୍ତି, ‘ଭାଇ ଫ୍ଲାଟର ରେଟ୍‌ ପଚାରି ଆସିବ’, ଆଉ ଜଣେ ଲେଖିଛନ୍ତି,‘ଏତେ ଡେରିରେ କେମିତି ଶୁଭେଚ୍ଛା ଜଣେଇଲ ? ଏଥିରେ ପତ୍ନୀ ରାଗିବନି ତ ଆଉ କଣ କରିବ’ । ଅନ୍ୟ ଜଣେ ଲେଖିଛନ୍ତି,‘କପିଲ ପାଜି, ଗାଡ଼ି ଭାଉଜଙ୍କୁ ଉପହାର କରିଛ ନା, ଆଉ କାହା ଗାଡ଼ି ଆଗରେ ଛିଡ଼ା ହୋଇ ଫଟୋ ଉଠେଇଛ’ ।
୨୦୧୮ ମସିହାରେ ଜଳନ୍ଧରରେ ସେ ତାଙ୍କର ଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ । ୨୦୧୯ରେ ତାଙ୍କର ଝିଅ ଅନାୟରା ଜନ୍ମ ହେଲା ଏବଂ ୨୦୨୧ରେ ତାଙ୍କର ପୁଅ ତ୍ରିଶାନ ଜନ୍ମ ହେଲା । ତାଙ୍କର ଶୋ’ର ନାମ ‘ଦ କପିଲ ଶର୍ମା ଶୋ’ସବୁବେଳେ ଭାରତରେ ଲୋକପ୍ରିୟତାର ଶୀର୍ଷରେ ରାହିଛି । ଏବେ ତାଙ୍କର ଗୋଟିଏ ଫିଲ୍ମ ‘ଜ୍ୱିଗାଟୋ’ ଆସିବାକୁ ଯାଉଛି । ସେ ଏହି ଫିଲ୍ମ ପାଇଁ ଉତ୍ସାହିତ ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.