ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ ଆଗାମୀ ଫିଲ୍ମର ପୋଷ୍ଟର, ବକ୍ସ ଅଫିସରେ କରିବ ଧମାଲ୍

ନିକଟରେ କପିଲ ଶର୍ମା ତାଙ୍କ ନେଟଫ୍ଲିକ୍ସ ଶୋ’ ପାଇଁ ବେଶ ଚର୍ଚ୍ଚାରେ ଥିଲେ । କପିଲଙ୍କ ଶୋ’ର ୨ଟି ସିଜିନ୍ ନେଟଫ୍ଲିକ୍ସରେ ପ୍ରିମିୟର ହୋଇଥିଲା ଏବଂ ସୁପରହିଟ୍ ହୋଇଥିଲା । ଏହି ସମ୍ପୂର୍ଣ୍ଣ ସିଜିନରେ କମେଡି ଏବଂ ଅନେକ ଷ୍ଟାରମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା । କିନ୍ତୁ କପିଲ ଶର୍ମା ଯିଏ ତାଙ୍କର ଶେଷ ଦୁଇଟି ଫିଲ୍ମ ପାଇଁ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲେ ସେ ଏବେ ପୁଣିଥରେ ଏକ ନୂଆ ଫିଲ୍ମ ସହ ବ୍ୟାକ୍ କରୁଛନ୍ତି । ଖୁବ ଶୀଘ୍ର ଆସିବାକୁ ଯାଉଛି କପିଲ ଶର୍ମାଙ୍କ ସୁପରହିଟ୍ ଡେବ୍ୟୁ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ର ସିକ୍ୱେଲ୍ ।
ଗତକାଲି ରାମନବମୀର ପବିତ୍ର ଅବସରରେ କପିଲ ଶର୍ମା ନିଜେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ପୋଷ୍ଟର ରିଲିଜ୍ କରି କପିଲ ଶର୍ମା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ।’ କିନ୍ତୁ ଫିଲ୍ମର ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କପିଲ ଶର୍ମା ଟିଭି ଜଗତର ଜଣେ ବଡ଼ ଷ୍ଟାର ଏବଂ ବହୁ ବର୍ଷ ଧରି ସେ ନିଜ କମେଡି ପାଇଁ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି । କିନ୍ତୁ କପିଲଙ୍କ ଫିଲ୍ମ ଯାତ୍ରା ଏପର୍ଯ୍ୟନ୍ତ କିଛି ବିଶେଷ ହୋଇନାହିଁ ।
୨୦୧୫ ମସିହାରେ କପିଲ ଶର୍ମା ତାଙ୍କ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ସହିତ ନିଜ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ । କପିଲଙ୍କ ଡେବ୍ୟୁ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା । ନିର୍ଦ୍ଦେଶକ ଆବାସ-ମସ୍ତାନଙ୍କ ଏହି ଫିଲ୍ମଟି ୧୬ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା । କିନ୍ତୁ ଫିଲ୍ମଟି ୭୧ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଥମ ଫିଲ୍ମରୁ ହିଟ୍ ହୋଇଥିବା କପିଲ ଶର୍ମା ୨୦୧୭ରେ ପୁଣି ଥରେ ‘ଫିରଙ୍ଗୀ’ ନାମକ ଏକ ଫିଲ୍ମ ନିର୍ମାଣ କରିଥିଲେ ।
କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସୁପରଫ୍ଲପ୍ ହୋଇଥିଲା । ୪୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ମାତ୍ର ୧୬ କୋଟି ଟଙ୍କା ରୋଜଗାର କରିପାରିଥିଲା । ଏହା ପରେ, ୨୦୨୨ ମସିହାରେ ସେ ‘ଜ୍ୱିଗୋଟୋ’ ଫିଲ୍ମରେ ନାୟକ ଭାବରେ ବଡ଼ ପରଦାକୁ ଫେରିଥିଲେ । କିନ୍ତୁ ନନ୍ଦିତା ଦାସଙ୍କ ଏହି ଫିଲ୍ମଟି ମଧ୍ୟ ବକ୍ସଅଫିସରେ ସୁପରଫ୍ଲପ୍ ହୋଇଥିଲା ଏବଂ ମାତ୍ର ୨ କୋଟି ଟଙ୍କା ରୋଜଗାର କରିପାରିଥିଲା । ଏବେ କପିଲ ଶର୍ମା ତାଙ୍କର ପ୍ରଥମ ତଥା ହିଟ୍ ଫିଲ୍ମ ‘କିସ୍ କୋ ପ୍ୟାର୍ କରୁଁ’ର ସିକ୍ୱେଲ୍ ସହିତ ବଡ଼ ପରଦାକୁ ଫେରୁଛନ୍ତି ।
କପିଲଙ୍କ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ-୨’ ଚଳିତ ବର୍ଷ ରିଲିଜ ହୋଇପାରେ । ତାଙ୍କ ଡେବ୍ୟୁ ଫିଲ୍ମର ଏହି ସିକ୍ୱେଲ୍ ବକ୍ସ ଅଫିସରେ କପିଲ ଶର୍ମାଙ୍କ ପାଇଁ ଏକ ଲକି ଚାର୍ମ ହୋଇପାରେ । ପୁଣିଥରେ, ଏହି ଫିଲ୍ମରେ କପିଲଙ୍କ ମଜାଦାର କମେଡି ଦେଖିବାକୁ ମିଳିବ । IMDb ଅନୁଯାୟୀ, ଏହି ଫିଲ୍ମଟି ଅନୁକଳ୍ପ ଗୋସ୍ୱାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ । କପିଲଙ୍କ ସହିତ ମନଜୋତ ସିଂହ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ମୁଖ୍ୟ ହିରୋଙ୍କ ଏବେ ପର୍ଯ୍ୟନ୍ତ ନାମ ପ୍ରକାଶ କରାଯାଇ ନାହିଁ । ଏବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ କେବେ ସିନେମାହଲରେ ଆସିବ ।
Also read: ଚିରନିଦ୍ରାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ, ମର୍ମାହତ ହେଲେ ଅଭିନେତ୍ରୀ