କେବିସି କୁ ଆସିବେ ଏହି ମହିଳା, ଯିଏ ୧୫ ବର୍ଷ ବୟସରେ ହୋଇଥିଲେ ଗଣଦୁଷ୍କର୍ମର ଶିକାର

‘କୌନ ବନେଗା କରୋଡପତି’ର କର୍ମବୀର ସ୍ପେଶାଲ ଏପିସୋଡରେ ଏଥର ସୁନିତା କୃଷ୍ଣନ ଆସୁଛନ୍ତି। ସୁନିତା ଏଭଳି ଜଣେ ମହିଳା , ଯିଏକି ୨୨ ହଜାରରୁ ଅଧିକ ମହିଳା ଓ ଶିଶୁଙ୍କୁ ଯୌନ ଶୋଷଣରୁ ମୁକ୍ତ କରିଛନ୍ତି। ଅନ୍ୟପଟେ ସୁନିତା କେବିସିରେ ନିଜ ଜୀବନ ସମ୍ପର୍କିତ ଏଭଳି ହୃଦୟ ବିଦାରକ କଥା କହିଥିଲେ, ଯାହାକୁ ଶୁଣିବା ପରେ ସୋ’ର ହୋଷ୍ଟ ଅମିତାଭ ବଚ୍ଚନ ଚକିତ ହୋଇଯାଇଥିଲେ।

ସୁନିତା କହିଥିଲେ, ସାର୍ ମୁଁ ୧୫ ବର୍ଷ ବୟସର ହୋଇଥିବା ବେଳେ ମତେ ୮ଜଣ ଲୋକ ଦୁଷ୍କର୍ମ କରିଥିଲେ। ସୁନିତାଙ୍କ ଠାରୁ ଏହି କଥାଶୁଣିବା ପରେ ଅମିତାଭ ବଚ୍ଚନ ଚକିତ ହୋଇଯାଇଥିଲେ। ଏହାପରେ ସୁନିତା କହିଥିଲେ ଖାଲି ସେତିକି ନୁହେଁ ମୋ ଉପରେ ୧୭ ଥର ଆକ୍ରମଣ ମଧ୍ୟ ହୋଇଛି। ସେ କହିଥିଲେ, ମରିବାରେ କୌଣସି ଅସୁବିଧା ନାହିଁ। ଯେଉଁ ପର୍ଯ୍ୟନ୍ତ ମୋର ଶେଷ ନିଶ୍ବାସ ରହିଛି, ଅନ୍ୟଝିଅ ଯେଉଁମାନେ ଏଭଳି ପୀଡିତ ସେମାନଙ୍କ ପାଇଁ ମୋର ଏ ଜୀବନ ବୋଲି କହିଛନ୍ତି ସୁନିତା।

https://www.instagram.com/p/B3rix5llD1-/?utm_source=ig_web_copy_link

ସୋ’ ମାଧ୍ୟମରେ ସୁନିତା କହିଛନ୍ତି, ଆପଣମାନେ ତ କୋଠିର ପରିବେଶ ବିଷୟରେ ଜାଣିଥିବେ। ସେଠାରେ ଝିଅମାନଙ୍କୁ
୪୦ କଷ୍ଟମରଙ୍କ ସହିତ ଡିଲ୍ କରିବାକୁ ପଡିଥାଏ। ଅର୍ଥାତ ଜଣେ ଜଣେ ଝିଅ ୪୦ ଥର ଦୁଷ୍କର୍ମର ଶିକାର ହୋଇଥାଏ। ସୁନିତାଙ୍କ କହିବା ଅନୁଯାୟୀ ସେ ମହିଳାଙ୍କୁ ବେଶ୍ୟାବୃତ୍ତିରୁ ମୁକ୍ତ କରିବା ପାଇଁ ଏଭଳି କାମ ଶିଖାଉଛନ୍ତି, ଯାହାଦ୍ବାରା ସେ ଗୌରବାନ୍ବିତ ଅନୁଭବ କରିବେ। କାରଣ ସାଧାରଣତ ଏଭଳି କାମ ପୁରୁଷ ହିଁ କରିଥାନ୍ତି, କାରଣ ମହିଳାମାନେ ଯେତେବେଳେ ଏହି କାମ କରନ୍ତି ତେବେ ନିଜକୁ ମଜବୁତ ଅନୁଭବ କରିବେ।

ଏହାସହ ପଢନ୍ତୁ: ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ‘ନାଗିନ୍‌’ ଆକଟ୍ରେସ୍‌ ସୁରଭି ଜ୍ୟୋତି, ଜାଣନ୍ତୁ କଣ ରହିଛି ଫିଲ୍ମର ନାଁ

ରିପୋର୍ଟ ଅନୁଯାୟୀ ସୁନିତା କୃଷ୍ଣନ ମଦର ଟେରେସା ଆଓ୍ବାର୍ଡ, ସ୍ପେଶାଲ ଜଷ୍ଟିସ୍ ଓ ଲିମକା ବୁକ୍ ଅଫ୍ ରେକର୍ଡ ଦ୍ବାରା ପିପଲସ୍ ଅଫ୍ ଦ ଇୟରରେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ୨୦୧୬ରେ ସୁନିତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.