କରନ ଓ ସିଦ୍ଧାର୍ଥଙ୍କ ସଂପର୍କରେ ଫାଟ

କରନ ଜୋହର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସଂପର୍କରେ ଫାଟ । ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା ହେଉଛି । ଏବେ ସିଦ୍ଧାର୍ଥ ବଲିଉଡରେ ନିଜର ନୂଆ ଏଜେନ୍ସି ଖୋଜୁଛନ୍ତି । ପୂର୍ବରୁ ସିଦ୍ଧାର୍ଥଙ୍କ କାମ ଆଉ ଏକ ଏଜେନ୍ସି ଦେଖୁଥିଲା । ଯାହାକି ଆଲିୟା, ବରୁଣ, ଜାହ୍ନବୀ କପୁର ଓ ଧର୍ମା ପ୍ରଡକ୍ସନ୍ ସହ ଜଡିତ ଥିବା ଆକ୍ଟର ଓ ନିର୍ଦ୍ଦେଶକଙ୍କ କାମ ଦେଖୁଥିଲା । ଆଲିୟାଙ୍କ ସହ ବ୍ରେକଅପ୍ ପରେ କରନ୍ ଖପ୍ପା ଥିଲେ ସିଦ୍ଧାର୍ଥଙ୍କ ଉପରେ ।

ଏହା ସହ ପଢ଼ନ୍ତୁ : ଆପଣ ଜାଣିଛନ୍ତି କି ,କରଣଙ୍କ ଡୁପ୍ଲେକେଟ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ

ଏହା ଛଡା କରନଙ୍କ ଆଗାମୀ ଫିଲ୍ମ ତକ୍ତରେ ସିଦ୍ଦାର୍ଥଙ୍କୁ ଅଭିନୟ କରିବାର ସୁଯୋଗ ନମିଳିବାରୁ ଗୁରୁ ଶିଷ୍ୟ ସଂପର୍କରେ ଫାଟ ସୃଷ୍ଟି ହୋଇଛି । କରନ୍ ଜୋହର ନିଜ ଫିଲ୍ମ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟରରେ ବରୁଣ , ଆଲିୟା ଓ ସିଦ୍ଧାର୍ଥଙ୍କୁ ବଲିଉଡରେ ଡେବ୍ୟୁ କରାଇଥିଲେ । ଏବେ ବରୁଣ ଓ ଆଲିୟାଙ୍କ କ୍ୟାରିଅର ଗ୍ରାଫ୍ ସିଦ୍ଧାର୍ଥଙ୍କ ଠାରୁ ଢେର ଆଗରେ । ସେପଟେ ବକ୍ସଅଫିସରେ ସିଦ୍ଧାର୍ଥଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେଉଛି।

Leave A Reply

Your email address will not be published.