ମୁଁ ନିଶାଙ୍କୁ ଧୋକା ଦେଇନି, ମୋ ନାଁରେ ଦିଆଯାଇଥିବା ଆରୋପ ସମ୍ପୂର୍ଣ୍ଣ ମିଛ: କରଣ ମେହେରା

ଲୋକପ୍ରିୟ ହିନ୍ଦୀ ସିରିଏଲ “ୟେ ରିସ୍ତା କ୍ୟା କହଲତା ହେ”ର ଫେମ କରଣ ମେହେରା ଓ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଉଠିଥିବା ଵିବାଦ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ହୁଏତ ଦୁହିଁଙ୍କ ମଧ୍ୟର ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇପାରେ । କିଛି ଦିନ ତଳେ ତାଙ୍କୁ ସ୍ୱାମୀ କରଣ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ନିଶା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ହିଁ ଗୁରଗାଓଁ ପୋଲିସ କରଣଙ୍କୁ ଗିରଫ କରିଥିଲେ । ପରବର୍ତ୍ତୀ ସମୟରେ କରଣଙ୍କୁ ଜାମିନ ମିଳିଥିଲେ ମଧ୍ୟ ଘଟଣା ସହ ଜଡିତ ନୂଆ ନୂଆ ରହସ୍ୟ ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି ।

karan new

ଗୋଟେ ପଟେ ନିଶା ଗଣମାଧ୍ୟମ ସାମ୍ନାରେ ନିଜ ଦୁଃଖଭରା କାହାଣୀ ବଖାଣି ଥିବାବେଳେ ଅନ୍ୟପକ୍ଷରେ ଏହାକୁ ସମ୍ପୂର୍ଣ୍ଣ ରୂପେ ଅଶ୍ଵିକାର କରିଛନ୍ତି କରଣ । କିନ୍ତୁ କରଣଙ୍କ ଉପରେ ଆଉ ଏକ ସଂଗୀନ ଆରୋପ ଆଣିଛନ୍ତି ନିଶା । ନିଶାଙ୍କ କହିବା ଅନୁଯାୟୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସହ କରଣଙ୍କର ସମ୍ପର୍କ ଅଛି । ଆଉ ଏବାବଦରେ ତାଙ୍କୁ କିଛି ଦିନ ତଳେ ହିଁ ଜଣାପଡିଛି । କିନ୍ତୁ ଏହାର ପାଲଟା ଜବାବ ଦେଇଛନ୍ତି କରଣ । ଏହା ସହ ନିଶା ଏହାମଧ୍ୟ କହିଛନ୍ତିକି ସେ ଏଦୁହିଁଙ୍କ ମେସେଜ ପଢ଼ିଛନ୍ତି ଆଉ ସେ ଦୁହିଁଙ୍କୁ ଏକାସାଥିରେ ଅନେକ ଥର ଦେଖିଛନ୍ତି । ଏବାବଦରେ ଯେବେ କରଣଙ୍କୁ ନିଶା ପଚାରିଥିଲେ ଜବାବରେ ସେ କହିଥିଲେକି ସେହି ଯୁବତୀ ଜଣଙ୍କୁ ସେ ପ୍ରେମ କରନ୍ତି ଏହାବାଦ ସେମାନଙ୍କର ଶାରୀରିକ ସମ୍ବନ୍ଧ ବି ରହିଛି ।

କିନ୍ତୁ ମିଡ଼ିଆକୁ ଦେଇଥିବା ଏକ ସାକ୍ଷାତକାରରେ କରଣ କହିଛନ୍ତିକି ଏଗୁଡିକ ସବୁ ମନଗଢ଼ା କାହାଣୀ । ମିଛଟାରେ ମୋ ନାଁ ଅନ୍ୟମାନଙ୍କ ସହ ଯୋଡ଼ା ଯାଉଛି । ମୁଁ ନିଶାକୁ କେବେ ଧୋକା ଦେଇନାହିଁକି ଅନ୍ୟ ଝିଅ ମାନଙ୍କ ସହ ମୋର କୌଣସି ସମ୍ପର୍କ ବି ନାହିଁ । କରଣଙ୍କ ଅନୁଯାୟୀ ଗତ ତିନି ବର୍ଷ ହେବ ନିଶା ତାଙ୍କ ସହ ଅଜବଧରଣର ବ୍ୟବହାର କରିଆସୁଛନ୍ତି । ଗତ ଏପ୍ରିଲ ମାସରେ କରଣଙ୍କୁ ନିଶା କହିଥିଲେକି ଏବେ ସେ ଦୁହେଁ ଅଲଗା ହୋଇଯିବା ଉଚିତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.