ମାଇକ ଟାଇସନଙ୍କ ସହିତ ଲଢେଇ କରିବେ ବିଜୟ ଦେବରକୋଣ୍ଡା, ସାମ୍ନାକୁ ଆସିଲା ଫିଲ୍ମ ‘ଲାଇଗର’ର ରିଲିଜ ତାରିଖ

ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’କୁ ଫ୍ୟାନ୍ସ ପ୍ରତୀକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ବିଜୟଙ୍କ ସହିତ ଅନନ୍ୟା ପାଣ୍ଡେ ଲିଡ୍‌ ରୋଲରେ ନଜର ଆସିବେ। ନିକଟରେ ଫିଲ୍ମର ସୁଟିଂ ଶେଷ ହେବା ପରେ ଆଜି କରନ ଜୋହର ଫିଲ୍ମର ରିଲିଜ ଡେଟ୍‌ ଘୋଷଣା କରିଛନ୍ତି। କରନ ଜୋହର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରିଲିଜ ତାରିଖ ବିଷୟରେ କହିଛନ୍ତି। ଏହି ପୋଷ୍ଟର ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି।

ଖବର ମୁତାବକ, ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ୨୫ ଅଗଷ୍ଟ ୨୦୨୨ରେ ରିଲିଜ ହେବ। ଫିଲ୍ମର ପ୍ରଥମ ଝଲକ ୩୧ ଡିସେମ୍ବରରେ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିବ। ଏହାର ପୋଷ୍ଟରରେ ଲେଖାଯାଇଛି ଏହି ‘ନ୍ୟୁ ଇଅର’ରେ ନିଆଁ ଲଗାଇଦେବେ। ୩୧ ଡିସେମ୍ବରରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିବ। ନିଜର ନୂଆବର୍ଷ ଧମାକା ସହିତ ଆରମ୍ଭ କରନ୍ତୁ।

ଏହି ଫିଲ୍ମରେ ବିଜୟ ଏବଂ ଅନନ୍ୟାଙ୍କ ସହିତ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ମଧ୍ୟ ନଜର ଆସିବେ। ନିକଟରେ ଟିମ୍‌ ତାଙ୍କ ସହିତ ଲାସ୍‌ ଭେଗାସରେ ସୁଟିଂ ଶେଷ କରିଛି। ଏହି ସିଡ୍ୟୁଲ ଫଟୋକୁ ବିଜୟ ଏବଂ ଅନନ୍ୟା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ସମସ୍ତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ମାଇକ୍‌ ଟାଇସନ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ନଜର ଆସିବେ। ସେଥିପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି। ରିପୋର୍ଟ ମୁତାବକ, ରିଙ୍ଗରେ ବିଜୟ ଏବଂ ମାଇକ୍‌ ଯୁଦ୍ଧ କରୁଥିବା ନଜର ଆସିବେ।

liger

ଲାଇଗର ଫିଲ୍ମକୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଜରିଆରେ ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଫିଲ୍ମରେ ବିଜୟ ମାର୍ଶଲ ଆର୍ଟ କରୁଥିବାର ନଜର ଆସିବେ। ଫିଲ୍ମରେ ତାଙ୍କ ସହିତ ବିଶୁ ରେଡୀ, ଅଲୀ ମକରନ୍ଦ ଦେଶ ପାଣ୍ଡେ ସପୋର୍ଟିଂରେ ନଜର ଆସିବେ। ପ୍ୟାନ ଇଣ୍ଡିଆ ଫିଲ୍ମ, ଯାହା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ। ଫିଲ୍ମକୁ କରନ ଜୋହର ପ୍ରଡ୍ୟୁସ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.