‘ରକି ଔର ରାନୀ କୀ ପ୍ରେମ କହାନୀ’ ଫିଲ୍ମରେ ପୁଣି ଥରେ ନଜର ଆସିବେ ରଣବୀର ଓ ଆଲିଆ

ବଲିଉଡର ଜଣାଶୁଣା ନିର୍ଦେଶକ, ପ୍ରଯୋଜକ କରନ ଜୋହର ନିଜର ଆଗାମୀ ସିନେମାର ଘୋଷଣା କରିଛନ୍ତି। ଏହି ଫିଲ୍ମର ନାମ ‘ରକି ଔର ରାନୀ କୀ ପ୍ରେମ କହାନୀ’। ଏହି ଫିଲ୍ମରେ ରଣବୀର ସିଂ ଓ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ୫ ବର୍ଷ ପରେ କରନ ନିଜେ ଏହି ଫିଲ୍ମ ମାଧ୍ୟମରେ ନିର୍ଦେଶନା କ୍ଷେତ୍ରକୁ କମବ୍ୟାକ କରୁଛନ୍ତି। ଏହାପୂର୍ବରୁ ସେ ‘ୟେ ଦିଲ ହୈ ମୁସ୍କିଲ’ ସିନେମାର ନିର୍ଦେଶନା ଦେଇଥିଲେ।

କରନ ଟ୍ବିଟରରେ ଏକ ମୋସନ ପୋଷ୍ଟର ଶେୟାର କରି ଏହାର ସୂଚନା ଦେଇଛନ୍ତି। ନିଜ ପସନ୍ଦର ଲୋକଙ୍କ ସାମ୍ନାରେ କ୍ୟାମେରା ପଛକୁ ଯିବାକୁ ନେଇ ସେ ବେଶ ରୋମାଞ୍ଚିତ ଥିବା କହିଛନ୍ତି। ଖୁବଶୀଘ୍ର ଆସୁଛି ରକି ଔର ରାନୀ କୀ ପ୍ରେମ କହାନୀ। ଏହାର ମୁଖ୍ୟ ଭୂମିକାରେ ରଣବୀର ସିଂ ଓ ଆଲିଆ ଭଟ୍ଟ ଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଇଶିତା ମୋଇତ୍ରା, ଶଶାଙ୍କ ଖୈତାନ ଓ ସୁମିତ ରୟ। ୨୦୨୨ ସୁଦ୍ଧା ଏହି ସିନେମା ପ୍ରସ୍ତୁତ ହୋଇଯିବ ବୋଲି କରନ ଲେଖିଛନ୍ତି। ନିଜ ଜନ୍ମ ଦିନରେ ଅବସରରେ କରନଙ୍କ ଏହି ପୋଷ୍ଟକୁ ସେୟାର କରିଛନ୍ତି ରଣବୀର ସିଂହ। ଲେଖିଛନ୍ତି, ମୋର ବିଶେଷ ଦିନରେ ବିଶେଷ ଘୋଷଣା ହୋଇଛି। ‘ରକି ଔର ରାଣୀ କି ପ୍ରେମ କାହାଣୀ’ ନେଇ ମୁଁ ପ୍ରସ୍ତୁତ। ସେପଟେ ଆଲିଆ ଭଟ୍ଟ ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରିବା ସହ ନୂଆ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ସିନେମାରେ ଆଲିଆ ଓ ରଣବୀରଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀଙ୍କ ଭଳି ବଡ଼ କଳାକାର ନଜର ଆସିବାକୁ ଯାଉଛନ୍ତି। ଖବର ଅନୁସାରେ ଧର୍ମେନ୍ଦ୍ର ଓ ଜୟା ଆଲିଆଙ୍କ ଜେଜେ ବାପା ଓ ଜେଜେ ମା’ ଭୂମିକାରେ ଅଭିନୟ କରିବେ। ସେପ୍ଟେମ୍ବର ମାସରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.