‘ଆଇକନିକ ଏଣ୍ଟରଟେନମେଣ୍ଟ ଲିଡର ଅଫ ଦ ଡିକେଡ’ ଆଓ୍ଵାର୍ଡ ଜିତିଲେ କରନ ଜୋହର, ଅର୍ଥମନ୍ତ୍ରୀ କଲେ ପୁରସ୍କୃତ

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କୁ ଚଳିତ ଦଶକର ସର୍ବଶ୍ରେଷ୍ଠ ମନୋରଂଜକ ଭାବେ ପରସ୍କୃତ କରାଯାଇଛି। କରନଙ୍କୁ ଏହି ପୁରସ୍କାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପ୍ରଦାନ କରିଛନ୍ତି। କରନ ଅନେକ ବର୍ଷଧରି ଭାରତୀୟ ଜନତାଙ୍କ ମନକୁ ଏଣ୍ଟରଟେନ କରୁଛନ୍ତି।

karan

ଇଣ୍ଡିଆ ବିଜନେସ ଲିଡର ଆଓ୍ଵାର୍ଡ ଉତ୍ସବରେ କରନଙ୍କୁ ‘ଆଇକନିକ ଏଣ୍ଟରଟେନମେଣ୍ଟ ଲିଡର ଅଫ ଦ ଡିକେଡ’ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ରାଜି, କେସରୀ, ଗୁଡ ନ୍ୟୁଜ ଭଳି ଅନେକ ଫିଲ୍ମ କରିଥିବା କରନ ଏହି ପୁରସ୍କାର ପାଇଁ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି। ଏହି ପୁରସ୍କାର ପାଇଁ କରନ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ କରନ ଏପରି ଅନେକ ଫିଲ୍ମର କାହାଣୀ ଲେଖିବେ, ଯାହା ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁପାରିବ ବୋଲି କରନ କହିଛନ୍ତି। ସୂଚନାଯୋଗ୍ୟ, କରନଙ୍କ ଅପକମିଙ୍ଗ ଫିଲ୍ମ ‘ତଖତ’ ରହିଛି। ଯେଉଁଥିରେ ରଣବୀର ସିଂ, ବିକି କୌଶଲ, କରୀନା କପୁର, ଅନିଲ କୁପର, ଆଲିଆ ଭଟ୍ଟ, ଭୂମି ପେଡେନକର ଏବଂ ଜାହ୍ନବୀ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.