ଟ୍ଵିଟରରେ ଅନ୍ୟ ସେଲିବ୍ରିଟିଙ୍କୁ ଅନ୍‌ଫଲୋ କରିବା ପରେ ଏବେ ନିଜ ମୋବାଇଲ ନମ୍ବର ବଦଳାଇଲେ କରନ ଜୋହର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ତୋଷଣ କଥା ଅଧିକ ତେଜିଛି। ଏହି ମାମଲାରେ ପ୍ରଯୋଜକ କରନ ଜୋହରଙ୍କ ନାଁ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କ ହାତ ଥିବା କୁହାଯାଉଛି। ଏହା ବ୍ୟତୀତ ସୋସିଆଲ ମିଡିଆରେ ବି ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି। ଲୋକଙ୍କ ଆଲୋଚନାରେ ବିରକ୍ତ ହୋଇ ସେ ନିଜ ଫୋନ୍‌ ନମ୍ବର ବଦଳାଇଦେଇଥିବା ଜଣାଯାଇଛି।

sushant-singh-rajput

ଏହା ପୂର୍ବରୁ କରନ୍‌ ମାତ୍ର ୮ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଟ୍ଵିଟରରେ ଅନ୍‌ଫଲୋ ମଧ୍ୟ କରିଥିଲେ। କରନ୍‌ଙ୍କ ଏହି ପଦକ୍ଷେପ ପରେ ମାମଲା ତୁଟିବା ବଦଳରେ ବରଂ ଅଧିକ ଖରାପ ହୋଇଛି। ଅନ୍‌ଫଲୋ କରିଥିବା ଲୋକଙ୍କ ମଧ୍ୟରେ ଆଲିଆ ଭଟ୍ଟ, ବରୁଣ ଧଓ୍ଵନ, ସିଦ୍ଧାର୍ଥ ମାଲହୋତ୍ରା, କାଜୋଲ ସମେତ ଅନେକ ଷ୍ଟାର ସାମିଲ ଅଛନ୍ତି। ଟ୍ଵିଟରରେ ଏବେ କରନ୍‌ ଅକ୍ଷୟ କୁମାର, ଶାହାରୁଖ ଖାନ୍‌, ଅମିତାଭ ବଚ୍ଚନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଁ ଫଲୋ କରିଛନ୍ତି।

karan

ସୂଚନାଯୋଗ୍ୟ ଯେ କରନ୍‌ ଜୋହର ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ’ର ପ୍ରଡ୍ୟୁସର ଥିଲେ। ଏହି ଫିଲ୍ମରେ ଜ୍ୟାକ୍‌ଲିନ୍‌ ମଧ୍ୟ ଅଭିନୟ କରିଥିଲେ। ମାତ୍ର ପ୍ରାୟ ବର୍ଷେ ଦି ବର୍ଷ ଯାଏଁ ଏହା ଅଟକି ରହିବାରୁ ସିନେମା ଘର ବଦଳରେ ନେଟ୍‌ଫ୍ଲିକ୍ସରେ ଏହାକୁ ରିଲିଜ୍‌ କରାଯାଇଥିଲା। ତେବେ କେବଳ ସୋସିଆଲ ମିଡିଆ ନୁହେଁ ବିହାରର ପାଟନାରେ ମଧ୍ୟ ଲୋକମାନେ ସଲମାନ ଓ କରନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପୋଷ୍ଟର ଜଳାଇଥିଲେ।

Leave A Reply

Your email address will not be published.