ଜାଣିଛନ୍ତି କି, ଏହି କଳାକାରଙ୍କ ପାଇଁ କରନ ଜୋହର ଖେଳନ୍ତି ନାହିଁ ହୋଲି

ପୁରା ଦେଶରେ ରଙ୍ଗର ପର୍ବ ହୋଲିକୁ ଧୂମଧାମରେ ପାଳନ କରିଥାନ୍ତି। ବଲିଉଡ଼ର କଳାକାରମାନେ ମଧ୍ୟ ଏହି ପର୍ବରେ ବେସ୍ ମଜା କରିଥାନ୍ତି। କିନ୍ତୁ ଏହା ମଧ୍ୟରେ ବଲିଉଡର ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ହୋଲି ଠାରୁ ବହୁତ ଦୂରରେ ରହିଥାନ୍ତି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନିର୍ଦେଶକ କରନ ଜୋହର।

karanକରନ ଜୋହର ଛୋଟ ଥିବା ସମୟରେ ତାଙ୍କ ସହିତ ଏପରି କିଛି ହୋଇଥିଲା, ଯାହା ପରେ ସେ ହୋଲି ଖେଳିବା ଛାଡ଼ିଦେଇଥିଲେ। କରନ ଜୋହର ଏକ ସୋ ମାଧ୍ୟମର ହୋଲି ନ ଖେଳିବାର କାରଣ କହିଥିଲେ। ସେ କହିଥିଲେ, ଯେତେବେଳେ ସେ ୧୦ ବର୍ଷର ହୋଇଥିଲେ ସେହି ସମୟରେ ସେ ଅମିତାଭ ବଚ୍ଚନଙ୍କ ହୋଲି ପାର୍ଟିକୁ ଯାଉଥିଲେ। କିନ୍ତୁ ତାଙ୍କୁ ହୋଲି ଖେଳିବା ପସନ୍ଦ ନଥିଲା। ଆଗକୁ କରନ ଏହା ମଧ୍ୟ କହିଥିଲେ ସେ ହୋଲି ଦିନ ଅମିତାଭ ବଚ୍ଚନଙ୍କ ଘରେ ପହଞ୍ଚିବା ପରେ ଅଭିଷେକ ତାଙ୍କୁ ସୁଇମିଙ୍ଗ୍ ପୁଲକୁ ଠେଲି ଦେଇଥିଲେ। ଏହି ଘଟଣାରେ ସେ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ, ଯାହା ପରେ ସେ କେବେବି ହୋଲି ଖେଳନ୍ତି ନାହିଁ। ଅଭିଷେକ ବଚ୍ଚନ ଏବଂ କରନ ଜୋହରଙ୍କ ପିଲା ଦିନର ବନ୍ଧୁତ୍ବ ଆଜି ମଧ୍ୟ ଜାରି ରହିଛି।

abhsihek-karan-joharବାସ୍ ଖାଲି ଏତିକି କାରଣ ନୁହେଁ କରନ ଆଗକୁ ମଧ୍ୟ କହଥିଲେ ସେ ଯେତେବେଳେ ୬ ବା ୭ ବର୍ଷ ବୟସର ହୋଇଥିଲେ ସେହି ସମୟରେ ତାଙ୍କ କଲୋନୀର କିଛି ଛୋଟ ପିଲା ତାଙ୍କୁ ରଙ୍ଗ ଲଗାଇବା ପାଇଁ ଚେଷ୍ଟା କରିବା ସମୟରେ ସେ ତଳେ ପଡ଼ିଯାଇଥିଲେ ଏବଂ ପିଲାମାନଙ୍କ ସହିତ ଝଗଡ଼ା ହୋଇଯାଇଥିଲା। ସେହି ଦିନ ଠାରୁ ହୋଲି ପାଇଁ ତାଙ୍କର ସବୁ ଭଲପାଇବା ଶେଷ ହୋଇଯାଇଥିଲା। ଏବଂ ସେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ହୋଲି ଖେଳି ନଥିବା କଥା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.