ଆଗକୁ ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେବେ କରଣ ଜୋହର, ଜନ୍ମଦିନରେ କଲେ ଖୁଲାସା

ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମମେକର, ଡ଼ାଇରେକ୍ଟର,ଆକ୍ଟର ତଥା ଲେଖକ କରଣ ଜୋହର ନିଜ ୫୦ତମ ଜନ୍ମ ଦିନ ଆଜି ଅର୍ଥାତ ମେ ୨୫ ତାରିଖରେ ପାଳନ କରିଛନ୍ତି । ଆଉ ଆଜିର ଦିନରେ କରଣ ଜୋହର ଏକ ବିଶେଷ ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି । ଯେଉଁଥିରେ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି ମାନେ ଆସିବାକୁ ଯାଉଛନ୍ତି । ମାତ୍ର କିଛି ଦିନ ଭିତରେ ହିଁ କାରଣ ଜୋହରଙ୍କ ପାର୍ଟିର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର ବି ହେବାକୁ ଯାଉଛି । ସେପଟେ ଫ୍ୟାନ୍ସ ମାନେ ବି କରଣଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛାର ବାର୍ତ୍ତା ପଠେଇବାରେ ଲାଗିଛନ୍ତି ।  ଏହି ଦିନକୁ ଅଧିକ ଖାସ କରିବା ପାଇଁ କରଣ ଜୋହର ବି ଚେଷ୍ଟା ଚଳାଇଛନ୍ତି । କିଛି ଦିନ ପୂର୍ବରୁ ହିଁ କରଣ କହିଥିଲେକି ସେ ଖୁବ ଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି । ନିଜ କଥା ରଖି କରଣ ଭବିଷ୍ୟତକୁ ନେଇ ଏକ ବଡ ଘୋଷଣା କରିବା ସହିତ ନିଜ ଫ୍ୟାନ୍ସ ମାନଙ୍କୁ ବି ଚମକାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କରଣ ସୂଚନା ଦେଇଛନ୍ତିକି ସେ ଆକ୍ସନ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।

 

ଏକ ଲମ୍ବା ଚୌଡା ପୋଷ୍ଟ ସେୟାର କରି କରଣ ଲେଖିଛନ୍ତିକି, “ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଲେଖାରେ ମୋ ପାଇଁ ରିଫ୍ଲେକ୍ସନ ସହିତ ଏକ୍ସଟାଈମେଣ୍ଟ ବି ଭରିରହିଛି । ଆଜି ମୁଁ ୫୦ ବର୍ଷର ହୋଇଯାଇଛି । ଆଉ ମୁଁ ଜାଣିଛିଯେ ଏହା ହେଉଛି ମୋ ଜୀବନର ମିଡ଼ ପଏଣ୍ଟ । କିନ୍ତୁ ଆଜି ବି ମୁଁ ନିଜକୁ ଯୁବକ ଭଳି ଅନୁଭବ କରୁଛି । କିଛି ଲୋକଙ୍କ ଅନୁଯାୟୀ ଏହି ବୟସ ହେଉଛି ମିଡ଼-ଲାଇଫ କ୍ରାଇସିସ । କିନ୍ତୁ ମୁଁ ଗର୍ବର ସହ କହିପାରିବିଯେ ମୁଁ ନିଜ ଜୀବନ ବିନା କୌଣସି କ୍ଷମାରେ ହିଁ ବଞ୍ଚୁଛି । ଗତ ୨୭  ବର୍ଷ ଧରି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଅଛି । ଆଉ ନିଜକୁ ଖୁବ ଭାଗ୍ୟଶାଳୀ ମନେ କରୁଛିକି ମୋ ନିକଟରେ ବେଷ୍ଟ ଏକ୍ସପେରିୟନ୍ସ ଅଛି ।”

ଆଗକୁ କରଣ ଲେଖିଛନ୍ତିକି ମୁଁ ନିଜ ଆଗାମୀ ଫିଲ୍ମର କାହାଣୀ ବିଷୟରେ କହୁଛି, କଣ୍ଟେଣ୍ଟ ପ୍ରସ୍ତୁତ କରୁଛି, ଟ୍ୟାଲେଣ୍ଟ ଗୁଡିକୁ ପରଖୁଛି । ଆଉ କିଛି ଫାଇନ ଆର୍ଟିଷ୍ଟଙ୍କୁ ନିଜ ଆଖି ସାମ୍ନାରେ ପରଫର୍ମ କରୁଥିବାର ଦେଖିପାରୁଛି । ଏତେ ବର୍ଷ ଧରି ମୁଁ କମ ଶୋଇ ଆସୁଛି । ଆଉ ଆଜି ସେଗୁଡିକ ମୋତେ ଖୁବ ମୂଲ୍ୟବାନ ଲାଗୁଛି । ଆଉ ମୋ ସ୍ବପ୍ନ ପୁରା ହୋଇଛି । ଆଜିର ଦିନ ପାଇଁ ଯେଉଁ ଯେଉଁ ମାନେ ମୋତେ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । କାରଣ ଏଗୁଡିକରୁ ମୋତେ ଅନେକ କିଛି ଶିଖିବାକୁ ମିଳିଛି । ମୋ ନିଜ ଉନ୍ନତିରେ ବି ଏଗୁଡିକ ଖୁବ କାମରେ ଆସିଛି । ଏତେ ଦିନ ଭିତରେ ମୁଁ ମୋ ଭିତରେ ମୁଁ ଗୋଟିଏ କଥା ହିଁ ଦେଖିଛି ତାହା ହେଉଛି ଫିଲ୍ମ ମେକିଙ୍ଗ । ଅତୀତରେ ମୁଁ ନିଜ ଫିଲ୍ମ ପାଇଁ ଅନେକ ଗ୍ୟାପ ନେଇଛି । କିନ୍ତୁ ଆଜିର ବିଶେଷ ମୁହୂର୍ତ୍ତରେ ନିଜ ଆଗାମୀ ଫିଲ୍ମ ପାଇଁ ଘୋଷଣା କରୁଛି । ମୋର ଆଗାମୀ ଡାଇରେକ୍ଟୋରିୟଲ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କହାନୀ’ ଆସନ୍ତା ଫେବୃଆରୀ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି । ଆଉ ଏହା ପରେ ୨୦୨୩ ଏପ୍ରିଲ ମାସରେ ମୋ ଆଗାମୀ ଆକ୍ସନ ଡାଇରେକ୍ଟୋରିୟଲ ଫିଲ୍ମର ସୁଟିଂ ଆରମ୍ଭ କରିବି । କେବଳ ଆପଣ ମାନଙ୍କ ଶୁଭେଛା ଓ ଶୁଭକାମନାର ଆବଶ୍ୟକତା ରହିଛି ।

 

 

Leave A Reply

Your email address will not be published.