କେବଳ ସଲମାନ ଖାନ ନୁହେଁ ବିଶ୍ନୋଇ ଗ୍ୟାଙ୍ଗ ହିଟ୍ଲିଷ୍ଟରେ ରହିଛି କରନ ଜୋହରଙ୍କ ନାମ, ମାରିବାକୁ ଏମିତି ଥିଲା ପ୍ଲାନିଂ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଗ୍ୟାଙ୍ଗ ବିଷୟରେ ତଦନ୍ତ ହେବା ପରେ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ସିଦ୍ଧୁ ମୁସେଓ୍ଵାଲା ଏବଂ ମକୋକା କେସରେ ଧରାପଡଇଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଓରଫ ମହାକାଳକୁ ପଚରାଉଚରା କରିଛି ପୋଲିସ। ଏହି ପଚରାଉଚରାରୁ ପୋଲିସ ଜାଣିବାକୁ ପାଇଛି ଯେ, ବିଶ୍ନୋଇ ଗ୍ୟାଙ୍ଗରେ ଟାର୍ଗେଟରେ କେବଳ ସଲମାନ ଖାନ ନୁହେଁ ବରଂ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନିର୍ଦ୍ଦେଶକ ତଥା ନିର୍ମାତା କରନ ଜୋହରଙ୍କ ନାମ ମଧ୍ୟ ସାମିଲ ରହିଛି।
ସଲମାନଙ୍କୁ ଦିଆଯାଇଥିବା ଧମକପୂର୍ଣ୍ଣ କେସକୁ ପୁନେ ପୋଲିସ ହ୍ୟାଣ୍ଡେଲ କରୁଛି। ଏହି ସମୟରେ ସୌରଭ ଓରଫ ମହାକାଳ ଦେଇଥିବା ବୟାନ ମୁତାବକ, ବିଶ୍ନୋଇ ଗ୍ୟାଙ୍ଗ ବଲିଉଡ ପାଇଁ ତିଆରି ହୋଇଥିବା ହିଟ୍ଲିଷ୍ଟରେ ସଲମାନଙ୍କ ବ୍ୟତୀତ କରନ ଜୋହରଙ୍କ ନାମ ରହିଛି। ସୌରଭ ଯେଉଁ ବୟାନ ପୋଲିସକୁ ଦେଇଛି, ସେ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁପାଇଁ କରନ ଜୋହର ଦାୟୀ। ଆଉ ସେଥିପାଇଁ ତାଙ୍କୁ ଏହି ହିଟ୍ଲିଷ୍ଟ ତାଲିକାରେ ସାମିଲ କରାଯାଛି। ଏହି ଯୋଗୁଁ ବିଶ୍ନୋଇ ଗ୍ୟାଙ୍ଗ କରନଙ୍କୁ ଧମକ ଦେଇ ୫ କୋଟି ଟଙ୍କା ବଟି ମାଗିଥିଲା।
ପଚରାଉଚରା ସମୟରେ ସୌରଭ କହିଛି କି, ସିଗ୍ନାଲ ଆପ୍ ଜରିଆରେ ବିକ୍ରମ ବରାଡ ସହିତ ମୋର ସଂପର୍କ ଥିଲା। କେବଳ ବିକ୍ରମ ବରାଡ ପାଇଁ କାମ କରୁଥିଲି। କିନ୍ତୁ ବିଶ୍ନୋଇ ଗ୍ୟାଙ୍ଗର ପ୍ରତିଟି ଟାର୍ଗେଟ ଏବଂ ପ୍ଲାନ ବିଷୟରେ ଜାଣୁଥିଲି। କିନ୍ତୁ ପୁନେ ପୋଲିସ ସୌରଭ ଦେଇଥିବା ବୟାନକୁ ନେଇ ସତ ଖୋଜିବା ପାଇଁ ଲାଗିପଡିଛି। ପୁନେ ପୋଲସି କିଛିଦିନ ପୂର୍ବେ ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡ ଏବଂ ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ସୌରଭ ମହାକାଳଙ୍କୁ ଗିରଫ କରିଥିଲା। ପୋଲିସ ମୁତାବକ, ମହାକାଳ ସୁଟର ସନ୍ତୋଷ ଯାଦବ ସହିତ ମିଶି ମୁସେଓ୍ଵାଲା ହତ୍ୟାକାଣ୍ଡରେ ସାମିଲ ରହିଛି।

ସୂଚନା ଥାଉକି , ଗତ ମାସ ୨୯ ତାରିଖରେ ପଞ୍ଜାବୀ ଗାୟକ ତଥା ପଲିଟିସିଆନ ସିଦ୍ଧୁ ମୁସେୱାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟର ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି କାରନାମା ଘଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ମୁସେୱାଲାଙ୍କ ପରି ସଲମାନଙ୍କ ଅବସ୍ଥା କରି ଦିଆଯିବ ବୋଲି ଅପରାଧୀମାନେ ଧମକ ଦେବା ପରେ ଅଭିନେତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି ।