ମନୋରଂଜନ

ନେପୋଟିଜମ୍‌ ଯୋଗୁ କରନ୍‌ ଜୋହରଙ୍କର ହେଲା ଏତେ ବଡ଼ କ୍ଷତି, ୧୫ ଦିନରେ ହୋଇଗଲେ ବରବାଦ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପ୍ରିୟା ପ୍ରୀତିତୋଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର କିଡ୍‌ସଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବାହାରୁ ଆସିଥିବା କିଛି କଳାକାର ସେମାନଙ୍କୁ ଷ୍ଟାର କିଡ୍‌ସଙ୍କ ସହ ତୁଳନା କରାଯାଉଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ଏତେ ମାତ୍ରାରେ ଟ୍ରୋଲ ହେବା ପରେ ଏବେ କିଛି ଷ୍ଟାର କିଡ୍‌ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରୁଥିବା ବେଳେ ଆଉ କିଛି କମେଣ୍ଟ ସେକ୍ସସନ୍‌କୁ ଅଫ୍‌ କରି ଦେଇଛନ୍ତି।

ଇତି ମଧ୍ୟରେ କରନ୍‌ ଜୋହରଙ୍କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। କରଣ ଜୋହର ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ୍‌ (ମାମି)କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ଏହି ଫିଲ୍ମ ଫେଷ୍ଟିଭାଲର ଜଣେ ବରିଷ୍ଠ ସଦସ୍ୟ ଥିଲେ। ଏକ ରିପୋର୍ଟ ମୁତାବକ, କରନ୍‌ ଜୋହର ଏବେ ନିଜକୁ ବହୁତ ଛୋଟ ଭାବୁଛନ୍ତି। ସେ ଟ୍ଵିଟରରେ ମଧ୍ୟ ୮ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଅନ୍‌ଫଲୋ କରିଦେଇଛନ୍ତି। ଏଥିସହ ୟୁଜର୍ସଙ୍କ ପାଇଁ ଇନ୍‌ଷ୍ଟାଗ୍ରାମ୍‌ର କମେଣ୍ଟ ସେକ୍ସନ୍‌କୁ ବି ବ୍ଲକ କରି ଦେଇଛନ୍ତି। ଏହି କାରଣରୁ ତାଙ୍କର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଛି। ଅନ୍ୟପଟେ କଙ୍ଗନାଙ୍କ ଭିଡିଓରେ ସେ ବେଇଜ୍ଜତ ଅନୁଭବ କରୁଥିବା କହିଛନ୍ତି। ଏଥିସହ ଯେଉଁ ଷ୍ଟାର କିଡ୍ସଙ୍କ ସହ ସେ କାମ କରିଛନ୍ତି ସେମାନେ ମଧ୍ୟ ଏହି ସମୟରେ ତାଙ୍କ ସାଥ୍‌ ଦେଇନଥିବାରୁ କରନ୍‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି।

କୁହାଯାଉଛି ଯେ ସେ ଏହି ସବୁ ଅଭିଯୋଗ ଯୋଗୁ ଚିନ୍ତାରେ ମାମିର ଡାଇରେକ୍ଟର ସ୍ମୃତି କିରଣଙ୍କୁ ଇସ୍ତଫା ମେଲ୍‌ କରିଛନ୍ତି। ଏହି ଫେଷ୍ଟିଭାଲର ଚେୟାର ପର୍ସନ ଓ ଦୀପିକା ପାଦୁକୋନ୍‌ କରନ୍‌ଙ୍କୁ ଏଭଳି କରିବାକୁ ମନା କରିଥିଲେ ମଧ୍ୟ ସେ କାହା କଥା ନ ମାନି ଇସ୍ତଫା ଦେଇଥିବା ଜଣାଯାଇଛି।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago