ଟ୍ଵିଟରକୁ ବାଏ ବାଏ କହିଲେ କରଣ ଜୋହର, ଫ୍ୟାନ୍ସ କହିଲେ, ଶାନ୍ତି ଚାହୁଁଛନ୍ତି ଯଦି କଫି ଉଇଥ କରନ ଶୋ ବନ୍ଦ କରିଦିଅନ୍ତୁ

ଟ୍ଵିଟର ଛାଡିଲେ କରଣ ଜୋହର। ସବୁବେଳେ ଟ୍ଵିଟ୍‌ କରି ଚର୍ଚ୍ଚାରେ ରହୁଥିବା କରଣ ଟ୍ଵିଟର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। କରଣ ଜୋହରଙ୍କ ନାମ ବଲିଉଡରେ ସବୁଠାରୁ ଚର୍ଚ୍ଚିତ ଫିଲ୍ମମେକର ମଧ୍ୟରେ ଅନ୍ୟତମ। ସେ କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଏମିତି ଏକ ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କରଣ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଟ୍ଵିଟରକୁ ବାଏ ବାଏ କହିବେ ବୋଲି ଟ୍ଵିଟ୍‌ କରି ଜଣାଇଛନ୍ତି। ଏପରି ଟ୍ଵିଟ୍‌ କରିବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କରଣ। ତେବେ କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି, ତାହା ଜଣାପଡିନାହିଁ।

ଟ୍ଵିଟର ଛାଡିବା ପାଇଁ କରଣ ନିଜର ଶେଷ ଟ୍ଵିଟ୍‌ କରି ଯାଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି, ଅଧିକ ସକାରାତ୍ମକ ଶକ୍ତି ପାଇବା ପାଇଁ ଜାଗା ଖୋଜୁଛି, ସେଥିପାଇଁ ପ୍ରଥମ ପଦକ୍ଷେପ। ଗୁଡବାଏ, ଟୁଇଟର। ଏହାକୁ ସେୟାର କରିବା ପରେ ନିଜର ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିଛନ୍ତି କରଣ ଜୋହର।

twitter
Photo credit: Twitter

ତେବେ କରଣ ଟ୍ଵିଟର ଛାଡିବା ଘୋଷଣା କରିବା ପରେ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଅନେକ ୟୁଜର୍ସ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳ କେତେକ ତାଙ୍କୁ ଟ୍ରୋଲ କରୁଛନ୍ତି। ତାଙ୍କ ଫ୍ୟାନ୍ସ ଏପରି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ ରହିଛନ୍ତି।

ୟୁଜର୍ସ କମେଣ୍ଟ କରି କହିଛନ୍ତି, ସାର ଯଦି ସୁଖ ଚାହୁଁଚନ୍ତି, ତେବେ କଫି ଉଇଥ କରନ ଶୋ ବନ୍ଦ କରିଦିଅନ୍ତୁ।

ଆଉ ଜଣେ କହିଛନ୍ତି, ଶାହରୁଖଙ୍କ ବ୍ୟତୀତ ଆପଣଙ୍କୁ ଆଉ କେହି ବି ମିସ୍‌ କରୁନାହାନ୍ତି।

ଟ୍ଵିଟରକୁ ଅଲବିଦା କହିଥିବା କରଣ କିନ୍ତୁ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହିଛନ୍ତି। କରଣ ଇନଷ୍ଟାରେ ବେଶ୍‌ ଆକ୍ଟିଭ ଥାନ୍ତି।

Also Read : ‘ଫୋନ୍‌ ଭୂତ’ର ଟ୍ରେଲର ଲଞ୍ଚ, କ୍ୟାଟ୍ରିନା ଭଳି ଭୂତ ଦେଖି ଦିଓ୍ଵାନା ଦେଲେ ଈଶାନ ଏବଂ ସିଦ୍ଧାନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.