ଲିକ୍‌ ହେଲା କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କ ଲିପ୍‌କିସ୍‌ ଭିଡିଓ, ସୋସିଆଲ ମିଡିଆରେ ସେୟାର କଲେ ସାଙ୍ଗ

ଅଭିନେତା କରନ୍‌ କୁନ୍ଦ୍ରା ଓ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବେ ଟେଲି ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି। ବିଗ୍‌ ବସ୍‌ ଶୋ’ କରିବା ପରଠାରୁ ଏହି କପଲ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟତଃ ଏହି କପଲ ବିଭିନ୍ନ ପବ୍ଲିକ୍‌ ପ୍ଲେସ୍‌ରେ ଏକାଠି ନଜର ଆସିଥାନ୍ତି। ଉଭୟେ ସୋସିଆଲ ମିଡିଆରେ ଅନେକ ଫଟୋ, ଭିଡିଓ ମଧ୍ୟ ସେୟାର କରିଥାନ୍ତି। ତେବେ ନିକଟରେ ତେଜସ୍ୱୀ ଓ କରନ୍‌ଙ୍କର ଏକ ରୋମାଣ୍ଟିକ ଭିଡିଓ ଲିକ୍‌ ହୋଇଛି। ଭିଡିଓରେ କରନ୍‌ ଓ ତେଜସ୍ୱୀ ଲିପ୍‌ ଲକ୍‌ କରୁଥିବାର ଦେଖାଯାଇଛି। ଅନ୍ୟପଟେ ତେଜସ୍ୱୀ ଚାହୁଁନଥିଲେ ଯେ ଏହି ଭିଡିଓ ସୋସିଆଲ ମିଡିଆକୁ ଆସୁ, କିନ୍ତୁ ଏବେ ଏହା ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ, ସୋସିଆଲ ମିଡିଆରେ କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କର ଏକ ଭିଡିଓ ଲିକ୍‌ ହୋଇଛି। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କରନ୍‌ ଓ ତେଜସ୍ୱୀ ଲିପ୍‌ ଲକ୍‌ କରୁଥିବା ଦେଖାଯାଇଛି। ସେମାନଙ୍କ ଅଜାଣତରେ କେହି ଏହାକୁ ସୁଟିଂ କରିଛନ୍ତି। ତେଜସ୍ୱୀଙ୍କ ନଜର ମୋବାଇଲ ଉପରେ ପଡ଼ିବା ପରେ ସେ ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି- କଣ ତୁମେ ୟାକୁ ରେକର୍ଡ କରି ନେଲ? ଏହା ଶୁଣିବା ପରେ କରନ୍‌ କହୁଛନ୍ତି- ପ୍ଲିଜ୍‌ ଏହାକୁ ପୋଷ୍ଟ କରି ଦିଅ, ପୋଷ୍ଟ କରି ଦିଅ। ଅନ୍ୟପଟେ ତେଜସ୍ୱୀ ପୁଣିଥରେ କହୁଛନ୍ତି- ପ୍ଲିଜ୍‌ ଏହାକୁ ପୋଷ୍ଟ କରନି, ରହିଯାଅ। ତୁମେ ଏହାକୁ ପୋଷ୍ଟ କରିପାରିବ ନାହିଁ।

ଦେଖନ୍ତୁ ଭିଡିଓ:

କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କର ଏହି ଭିଡିଓ ବେନେସା ଓ୍ଵାଲିଆଙ୍କ ଜନ୍ମ ଦିନ ପାର୍ଟିର। ବେନେସା ଓ୍ଵାଲିଆ ଜଣେ ପ୍ରଯୋଜକ ଓ ବଣ୍ଟି ଓ୍ଵାଲିଆଙ୍କ ପତ୍ନୀ। ବେନେସା ଓ୍ଵାଲିଆ ନିଜ ସୋସିଆଲ ମିଡିଆରେ ଜନ୍ମଦିନ ପାର୍ଟିର ଫଟୋ ସେୟାର କରିଛନ୍ତି। ସେହିପରି ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମଧ୍ୟ ସେ ଏକାଧିକ ଫଟୋ ସେୟାର କରିଛନ୍ତି। ଏହି ପାର୍ଟିରେ କରନ୍‌ ଓ ତେଜସ୍ୱୀଙ୍କ ସମେତ ମୋନି ରୟ ଓ ଅନ୍ୟ ଟିଭି କଳାକାର ନଜର ଆସିଛନ୍ତି।

Also Read: ରଣବୀରଙ୍କ ପରେ ଏବେ ନକୁଲ ମେହେତା ବି କଲେ ନଗ୍ନ ଫଟୋସୁଟ୍‌, ରାଗିଯାଇ କମେଣ୍ଟ ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କଲେ ସ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.