ସ୍ତ୍ରୀ ସହିତ ଘରେ ଅଜଣା ପୁରୁଷ! କରଣ ମେହରା ପତ୍ନୀ ନିଶା ରାଓ୍ଵଲଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ…ଗଣମାଧ୍ୟମରେ ଖୁଲାସା କଲେ ଅନେକ କଥା

ଲୋକପ୍ରିୟ ଟିଭି ଅଭିନେତା କରଣ ମେହରା ଓ ତାଙ୍କ ସ୍ତ୍ରୀ ନିଶା ରାଓ୍ଵଲ ଗତ କିଛି ମାସ ହେବ ନିଜ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗତବର୍ଷ ନିଶା ସ୍ୱାମୀ କରଣଙ୍କ ଉପରେ ଘରୋଇ ହିଂସା ଏବଂ ବିବାହ ପରେ ଅନୈତିକ ସମ୍ପର୍କ ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହି ସମୟରେ କରଣଙ୍କୁ ଜେଲ୍‌ ସୁଦ୍ଧା ଯିବାକୁ ପଡ଼ିଯାଇଥିଲା। ଯଦିଓ କରଣ ଏହା ବିଷୟରେ ଅଧିକ କିଛି କହିବାର କେବେ ବି ନଜର ଆସି ନାହାନ୍ତି, କିନ୍ତୁ ଏବେ ସେ ନିଜ ନୀରବତାକୁ ଭଙ୍ଗ କରିଛନ୍ତି। କରଣ ଏବେ ନିଶାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ ଲଗାଇଛନ୍ତି।

ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କରଣ ମେହରା କହିଛନ୍ତି, ‘ମୁଁ ସବୁକିଛି ଶୁଣିବା ପରେ ତାଙ୍କୁ ଘରକୁ ଆସିବାକୁ ଅନୁମତି ଦେଇଥିଲି। ଆମେ ପୁଣିଥରେ ସମ୍ପର୍କ ନୂଆକରି ଆରମ୍ଭ କରିବାକୁ ଚେଷ୍ଟା କରିଥିଲୁ। ଏବେ ଜଣାପଡ଼ିଛି କି, ମୋ ଯିବା ପରେ ଘରେ ଜଣେ ଅଜଣା ପୁରୁଷ ଦୀର୍ଘ ୧୧ ମାସ ହେବ ରହି ଆସୁଛନ୍ତି। ସେ ନିଜ ସ୍ତ୍ରୀ, ପିଲାଙ୍କୁ ଛାଡ଼ି ମୋ ଘରେ ପଶି ରହିଛନ୍ତି। ଏ ନେଇ ସମସ୍ତେ ଜାଣନ୍ତି ଏବଂ ଏବେ ମୁଁ ନିଜ ଲଢ଼େଇ ଲଢ଼ିବି’। କରଣ ମେହେରା ଆଗକୁ କହିଛନ୍ତି, ‘ମୁଁ ତାଙ୍କର ବିଶ୍ୱାସଘାତକତା କୌଣସି ବି ପରିସ୍ଥିତିରେ ପ୍ରମାଣିତ କରି ରଖିବି। ସେ ମୋଠାରୁ ମୋ ପୁଅକୁ ଛଡ଼ାଇ ନେଇଛନ୍ତି। ମୋର ୨୦ ବର୍ଷର କ୍ୟାରିୟରକୁ ବରବାଦ କରିଦେଲେ, ଏବେ ମୁଁ ଚୁପ୍‌ ବସିବି ନାହିଁ। ମୁଁ ନିଜର ସବୁ କିଛି ଏବେ ଫେରାଇ ନେବି। ଗତ ବର୍ଷେ ହେବ ମୁଁ ଭୟଙ୍କର ଯନ୍ତ୍ରଣା ଦେଇ ଗତି କରୁଛି। ଏବେ ଆଉ ନୁହେଁ’।

ଏହା ସହିତ ଅଭିନେତା କରଣ ଆଉ ଏକ କଥା ମଧ୍ୟ ଖୁଲାସା କରିଛନ୍ତି। ନିଶାଙ୍କ ସାଥ୍‌ ଦେଉଥିବା ତାଙ୍କର ୩ ଜଣ ସାଙ୍ଗଙ୍କ ଉପରେ ସେ ମାନହାନି ମକଦ୍ଦମା ଲଗାଇଛନ୍ତି। ତାଙ୍କ କହିବା ମୁତାବକ, ଏହି ପଦକ୍ଷେପ ଉଠାଇବା ଜରୁରୀ ଥିଲା। କାହିଁକି ନା, ଯେତେବେଳେ ନିଶା କିଛି ଭୁଲ୍‌ କରୁଥିଲେ, ସେତେବେଳେ ତାଙ୍କ ସାଙ୍ଗମାନେ ନିଶାଙ୍କ ସାଥ୍‌ ଦେଉଥିଲେ, ଯାହାକି ଆମ ପାଇଁ ଠିକ୍‌ ନ ଥିଲା।

ଲକ୍‌ଅପ ସମୟରେ ନିଶା କରିଥିଲେ ବଡ଼ ଖୁଲାସା

ନିଶା ରାଓ୍ଵଲ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଲକ୍‌ଅପ ଶୋ’ ସମୟରେ ବଡ଼ ଖୁଲାସା କରିଥିଲେ। ସେ କହିଥିଲେ କି, ବିବାହିତା ହେବା ସତ୍ତ୍ୱେ ମୋତେ ଜଣଙ୍କ ପ୍ରତି ପ୍ରେମ ହୋଇଯାଇଥିଲା, ସେ ମୋର ଜଣେ ଭଲ ସାଙ୍ଗ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.