‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣବୀର ମେହେରା, ଟ୍ରଫି ସହ ନେଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି

ସଲମାନ ଖାନ ହୋଷ୍ଟେଡ୍ ଶୋ ‘ବିଗ୍ ବସ୍ ୧୮’କୁ ମିଳିଯାଇଛି ବିଜେତା । ଶୋ’ର ଟ୍ରଫି ଜିତିଛନ୍ତି କରଣବୀର ମେହେରା । ପ୍ରଶଂସକମାନେ ଯାହା ଆଶା କରିଥିଲେ, ଶେଷରେ ତାହା ହିଁ ହୋଇଛି । କରଣ ଟ୍ରଫି ସହ ୫୦ ଲକ୍ଷ ଟଙ୍କା କ୍ୟାଶ୍ ପ୍ରାଇଜ୍ ଘରକୁ ନେଇଛନ୍ତି । ଶୋ’ର ରନର୍ ଅପ୍ ହୋଇଛନ୍ତି ଭିଭିୟାନ୍ ଡିସେନା । ଦୁଇ ଜଣଙ୍କର ଜର୍ଣ୍ଣି ଶୋ’ରେ ଅତ୍ୟନ୍ତ ଚମତ୍କାର ଥିଲା ।

ସବୁ ଥର ପରି ଏଥର ମଧ୍ୟ ସଲମାନ ବିଜେତାଙ୍କ ନାମ ଘୋଷଣା କରିବାକୁ ବହୁ ସମୟ ଧରି ଫ୍ୟାନମାନଙ୍କୁ ଅପେକ୍ଷା କରାଇଥିଲେ । ଶେଷରେ ବାଜି ମାରିନେଇଥିଲେ କରଣବୀର ମେହେରା । ‘ବିଗ୍ ବସ୍ ୧୮’ର ଟ୍ରଫି ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି କରଣବୀର । ବିଜେତା ଘୋଷଣା ବେଳେ ପାଖରେ ଠିଆ ହୋଇଥିବା ଭିଭିୟାନଙ୍କ ଚେହେରା ସାମାନ୍ୟ ନିରାଶ ଜଣାପଡ଼ିଥିଲା । ପ୍ରଶଂସକମାନେ ଭିଭିୟାନ ଶୋ’ ଜିତିବେ ବୋଲି ଆଶା କରିଥିଲେ ।

ଶୋ’ରେ କରଣଙ୍କ ଯାତ୍ରା ବହୁତ ଭଲ ଥିଲା । ଏବେ ସେ ବିଗ୍ ବସ୍ ଟ୍ରଫି ହାତେଇବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଗତ କିଛି ଦିନ ହେବ କରଣବୀର ଭୋଟିଂ ଟ୍ରେଣ୍ଡରେ ସବୁଠାରୁ ଆଗରେ ଚାଲିଥିଲେ । ଯଦିଓ ଭିଭିୟାନ୍ ଡିସେନା ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶୋ’ ଜିତିବା ପରେ କରଣଙ୍କ ପରିବାର ଏବଂ ପ୍ରଶଂସକମାନେ ବର୍ତ୍ତମାନ ତାଙ୍କ ବିଜୟ ଉତ୍ସବ ପାଳନ କରୁଛନ୍ତି । ଶୋ’ର ରନର୍ ଅପ୍ ଭିଭିୟାନ ହୋଇଥିବା ବେଳେ ରଜତ ଦଲାଲ୍ ତୃତୀୟ, ଅବିନାଶ ମିଶ୍ରା ଚତୁର୍ଥ ଏବଂ ଚୁମ୍ ଦରାଙ୍ଗ ପଞ୍ଚମ ସ୍ଥାନରେ ରହିଥିଲେ ।

ଆହୁରି ପଢ଼ନ୍ତୁ: ରିଆଲିଟି ଶୋ ‘ସା ରେ ଗା ମା ପା’ ବିଜେତା ହେଲେ ଶ୍ରଦ୍ଧା ମିଶ୍ର, ଜିତିଲେ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା

You might also like