ଜନ୍ମଦିନରେ କରଣ ଜୋହରଙ୍କୁ ନିଆରା ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଲେ କରୀନା ଓ ଆଲିଆ, ଦେଖନ୍ତୁ ଫଟୋ

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର ଆଜି ୪୮ ତମ ଜନ୍ମ ଦିନ ପାଳନ କରୁଛନ୍ତି। କୁଛ କୁଛ ହୋତା ହେ, କଭି ଖୁସି କଭି ଗମ୍‌, କଭି ଅଲବିଦା ନା କେହେନା, ମାଇଁ ନେମ୍‌ ଇଜ୍‌ ଖାନ୍‌ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା କରନ୍‌ ଜୀବନରେ ଅନେକ ସଫଳତାର ସ୍ୱାଦ ଚାଖିଛନ୍ତି। ଏବେ ସେ ବିବାହ ନ କରି ମଧ୍ୟ ଦୁଇଟି ଶିଶୁଙ୍କ ପିତା। କରନ୍‌ଙ୍କ ଜନ୍ମଦିନରେ ଫିଲ୍ମ ଦୁନିଆର ବଡ଼ ବଡ଼ ହସ୍ତୀ ତାଙ୍କ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

Lockdown with the Johars: Watch Karan Johar's home videos with his ...

ଆଲିଆ ଭଟ୍ଟ ଓ କରୀନା କପୁର କରନ୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହ ଉଭୟେ ଖୁବ୍‌ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। କରୀନା ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ସେତେବେଳେ ଆମେ କେତେ ସେକ୍ସି ଥିଲୁ ଏବେ ତ ଆହୁରି ସେକ୍ସି ହୋଇଯାଇଛୁ’।

 

View this post on Instagram

 

Gosh we were so sexy then and now even more… To Forever, my friend… Happy birthday @karanjohar ❤️

A post shared by Kareena Kapoor Khan (@kareenakapoorkhan) on

ସେହିପରି ଆଲିଆ ଭଟ୍ଟ ଫଟୋ ସେୟାର କରି ଲେଖିଛନ୍ତି ଜନ୍ମଦିନର ଅଭିନନ୍ଦନ ମୋ ବନ୍ଧୁ, ପିତା…ମୋ ପରିବାର ପାଇଁ ପ୍ରେମ, ହସ, ଫିଲ୍ମ, ଫଟୋ ଓ ସେଲ୍ଫି ପାଇଁ ଆହୁରି ଅନେକ ସମୟର ଆବଶ୍ୟକତା ରହିଛି। ଆଲିଆଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.