କରୀନା ଖୋଲିଲେ ବେଡ୍‌ରୁମ୍‌ ସିକ୍ରେଟ୍‌, ସୈଫ୍‌ଙ୍କ ସହିତ ବେଡ୍‌ରେ ଦରକାର ଏହି ଦୁଇଟି ଜିନିଷ

କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ବଲିଉଡ୍‌ରେ ପାଓ୍ଵାର କପଲ୍‌ଙ୍କ ମଧ୍ୟରୁ ଜଣେ। ସେମାନଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ ସିକ୍ରେଟ୍‌ କଥା ଫ୍ୟାନ୍‌ମାନେ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ନିଜ ରିଲେଶନଶିପ୍‌କୁ ନେଇ ପୂର୍ବରୁ ବି କରୀନା ଓ ସୈଫ୍‌ ଖୋଲି କି କଥା ହୋଇଥିବା ନଜର ଆସିଛନ୍ତି। ଏବେ କରୀନା ନିଜ ବେଡ୍‌ରୁମ ସିକ୍ରେଟ୍‌ର ଖୁଲାସା କରିଛନ୍ତି।

ନିକଟରେ କରୀନା ଡିସ୍କଭରୀ ପ୍ଲସ୍‌ ପାଇଁ ଏକ ସେଲିବ୍ରିଟି କୁକିଙ୍ଗ୍‌ ଶୋ’ର ଶୁଟିଂ କରିଥିଲେ। ୧୫ ଏପ୍ରିଲରେ ପ୍ରସାରିତ ହୋଇଥିବା ଏହି ଶୋ’ରେ କରୀନା ନିଜ ସାଙ୍ଗ ତାନ୍ୟା ଘାବରୀଙ୍କ ସହିତ ଖାସ୍‌ ବାର୍ତ୍ତାଳାପ କରିଥିଲେ। କରୀନା କହୁଛନ୍ତି କି, ବେଡ୍‌କୁ ଶୋଇବାକୁ ଯିବା ପୂର୍ବରୁ ତାଙ୍କୁ ତିନିଟି ଜିନିଷର ଦରକାର ପଡ଼ିଥାଏ। ତାନ୍ୟାଙ୍କ ପ୍ରଶ୍ନରେ କରୀନା ଉତ୍ତର ରଖି କହୁଛନ୍ତି, ‘ଗୋଟିଏ ଓ୍ଵାଇନ୍‌ ବୋତଲ, ପାଇଜାମା ଓ ସୈଫ୍‌ ଅଲ୍ଲୀ ଖାନ’। ଏହାପରେ କରୀନା ହସିବାକୁ ଲାଗୁଛନ୍ତି ଏବଂ କହୁଛନ୍ତି, ‘ମୋତେ ଲାଗୁଛି, ଏହା ବିଲ୍‌କୁଲ ପରଫେକ୍ଟ ଉତ୍ତର’।

ସୂଚନାଥାଉ କି, କରୀନା କପୁର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଆଗାମୀ ଶୋ’ ଷ୍ଟାର୍ସ ଭର୍ସେସ୍‌ ଫୁଡ୍‌ର ଏକ ପ୍ରୋମୋ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ବଲିଉଡ୍‌ର ଷ୍ଟାର୍‌ମାନେ ଶେଫ୍‌ଙ୍କ ସହାୟତାରେ ଖାଦ୍ୟ ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ। ଭିଡିଓରେ ସମସ୍ତ ସେଲିବ୍ରିଟି ନର୍ଭସ୍‌ ନଜର ଆସୁଛନ୍ତି। ଏଥିରେ କରୀନାଙ୍କ ସହିତ କରନ ଜୋହର, ଅର୍ଜୁନ କପୁର, ମଲାଇକା ଅରୋରା, ସ୍କାମ୍‌ ୧୯୯୨ ଫେମ୍‌ ପ୍ରତୀକ ଗାନ୍ଧୀ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.