ସୁଶାନ୍ତଙ୍କ ନାମରେ ବଲିଉଡର ଛବି ଖରାପ କରାଯାଉଛି କି ? ନିଜର ଜବାବ ରଖିଲେ କରୀନା

ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଥାନ୍ତି। ନିଜ ଫ୍ୟାନଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି ସେୟାର କରିଛି। ନିକଟରେ ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ସୁଶାନ୍ତଙ୍କ ନାମରେ ବଲିଉଡର ଛବିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଜବରଦସ୍ତି ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରାଯାଉଛି। ଏହି କଥାକୁ ସ୍ୱୀକାର କରିଛନ୍ତି ବଲିଉଡର ବେବୋ ତଥା ନବାବଙ୍କ ଧର୍ମପତ୍ନୀ କରୀନା କପୁର ଖାନ।

କରୀନା ସୋସିଆଲ ମିଡିଆରେ କହିଛନ୍ତି, ସୁଶାନ୍ତଙ୍କ ମାମଲାକୁ ନେଇ ମୁଁ ଅଧିକ ଚିନ୍ତିତ ରହିଛି। ମୁଁ ନିଜ ଇଣ୍ଡଷ୍ଟ୍ରୀ ସହିତ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡକୁ ଟାର୍ଗେଟ କରାଯାଉଛି। ଅନେକ ସେଲିବ୍ରିଟି ବିନା କୌଣସି କାରଣରେ ମଧ୍ୟ ଟାର୍ଗେଟର ଶିକାର ହେଉଛନ୍ତି।

sushnta

କରୀନା କୌଣସି ବିଷୟରେ ପ୍ରତିକ୍ରିୟା ଦିଅନ୍ତି ନାହିଁ କିନ୍ତୁ ଏହି କଥାରେ ମୁହଁ ଖୋଲିଛନ୍ତି। ଏହାଛଡା ଅନ୍ୟ କୌଣସି କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କରୀନା ପୁଣି ଥରେ ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ନିଜେ ସୈଫ ଏହା ବିଷୟରେ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.