ଜନ୍ମଦିନ ପାର୍ଟିରେ ପୁଅ ତୈମୁର ସହ ଦମ୍‌ଦାର ଡ୍ୟାନ୍ସ କଲେ କରୀନା କପୁର, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ କରୀନା କପୁର ନିଜ ଅଭିନୟ ପାଇଁ ଯେତିକି ପରିଚିତ ଛୁଆର ମା’ ହେବା ପରେ ଅଭିଭାବକ ଭାବେ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ ପୁଅ ତୈମୁର ଅଲ୍ଲୀ ଖାନ୍‌ ସହ କରୀନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଫ୍ୟାନ୍‌ମାନେ ମା’ପୁଅଙ୍କ ଯୋଡ଼ିକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ କରୀନା ପୁଅ ତୈମୁର ସହ ନାଚୁଥିବା ଦେଖିବାକୁ ମିଳିଛି।

କିଛି ଦିନ ପୂର୍ବରୁ କରଣ ଜୋହର ନିଜ ଯାଆଁଳା ପିଲା ରୁହି ଓ ୟଶଙ୍କ ତୃତୀୟ ଜନ୍ମବାର୍ଷିକୀ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଡ୍‌ମାନେ ସାମିଲ ହୋଇଥିଲେ। ପାର୍ଟରେ ତୈମୁରଙ୍କ ସହ କରୀନା, ଇନାୟାଙ୍କ ସହ ସୋହା ଅଲ୍ଲୀ ଖାନ୍‌, ଅବରାମ ଓ ମିଶା କପୁର ମଧ୍ୟ ଏନ୍‌ଜୟ କରୁଥିବା ଦେଖାଯାଇଥିଲା। ବର୍ତ୍ତମାନ ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସେଥିରେ କରୀନା ପିଲାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଇଛି।


ଭିଡିଓକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ପାର୍ଟିରେ ତୈମୁର ହିଁ ସବୁଠାରୁ ଚର୍ଚ୍ଚାରେ ରହିଥିଲେ। ଭିଡିଓରେ ଇଂରାଜୀ ଗୀତ ବେବି ସାର୍କରେ କରୀନା ଓ ତୈମୁର ନାଚୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.