ପୁଣି ଚର୍ଚ୍ଚାରେ କରୀନାଙ୍କ କାନଫୁଲ, ସାଧାରଣ ‘ସି’ ଭଳି ଦେଖାଯାଉଥିବା କାନଫୁଲର ମୂଲ୍ୟ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ବଲିଉଡରେ ଫ୍ୟାଶନ ଡିଭା ଭାବେ ପରିଚିତ କରୀନା କପୁର ଖାନ। ସବୁବେଳ ନିଜର ଲୁକ୍‌ ଏବଂ ଫ୍ୟାଶନକୁ ନେଇ ଟ୍ରେଣ୍ଡରେ ରହିଥାନ୍ତି। ନିଜର ପସନ୍ଦ ପାଇଁ ମହଙ୍ଗା ଗହଣା କିଣିବାକୁ ମଧ୍ୟ ଖାତିର କରନ୍ତି ନାହିଁ। ତାଙ୍କର ଡ୍ରେସ୍‌ ପିନ୍ଧିବା ଠାରୁ ଆରମ୍ଭ କରି ଗହଣା ମଧ୍ୟ ସବୁ ବ୍ରାଣ୍ଡେଡ ରହିଥାଏ। ଯାହାର ଦାମ ଜାଣିଲେ ସାଧାରଣ ଲୋକର ହୋସ୍‌ ମଧ୍ୟ ଉଡିଯାଇପାରେ। ନିକଟରେ କରୀନା ବେକରେ ପକାଇଥିବା ସ୍ନେକ ଚୋକରକୁ ନେଇ ଚର୍ଚ୍ଚାରେ ରହିଥିଲେ। ପୁଣି ଏବେ ନିଜର କାନଫୁଲକୁ ନେଇ ଚର୍ଚ୍ଚାରେ ରହିଛନ୍ତି କରୀନା

karena

କରୀନା ଏଥର ନିଜର ଫଟୋଶୁଟ୍‌ରେ ପିନ୍ଧିଥିବା ଇଅରିଂକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହି ଫଟୋଶୁଟ୍‌ରେ ପିନ୍ଧିଥିବା ଡ୍ରେସ ଠାରୁ କାନରେ ପିନ୍ଧିଥିବା କାନଫୁଲର ମୂଲ୍ୟ ଅଧିକ। ଏହି ଫଟୋଶୁଟ୍‌ରେ କରୀନା ପିନ୍ଧିଥିବା ଡ୍ରେସକୁ ଲଣ୍ଡନର ଫ୍ୟାଶନ ଡିଜାଇନର ହାଲପର୍ନ ଡିଜାଇନ କରିଥିବା ବେଳେ ଏହାର ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ରହିଛି। କିନ୍ତୁ କାନରେ ପିନ୍ଧିଥିବା କାନଫୁଲ ଏହା ଠାରୁ ଅଧିକ ମହଙ୍ଗା।

earrings

ସାଧାରଣ ସି ଭଳି ଦେଖାଯାଉଥିବା ଏହି କାନଫୁଲର ମୂଲ୍ୟ ୨ ଲକ୍ଷ ୧୮ ହଜାର ଟଙ୍କା ରହିଛି। ଜଣାଶୁଣା ଇଟାଲିଅନ ଲକଜ୍ୟୁରୀ ଫ୍ୟାଶନ ବ୍ରାଣ୍ଡ BVLGARI ର ୧୮ କ୍ୟାରେଟ ରୋଜ୍‌ ଗୋଲ୍ଡରେ ତିଆରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.