ବେବି ବମ୍ପ ସହ ନଜର ଆସିଲେ କରିନା କପୁର ଖାନ, ପାଖରେ ଥିଲେ ପୁଅ ତୈମୁର, ଦେଖନ୍ତୁ ଭାଇରଲ ଫଟୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ନିଜ ପ୍ରେଗନାନ୍ସି ବିଷୟରେ ଘୋଷଣା କରି ଫ୍ୟାନମାନଙ୍କ ଏକ୍ସାଇଟମେଣ୍ଟକୁ ବହୁତ ବଢ଼ାଇ ଦେଇଛନ୍ତି। ଏବେ ସେ ନିଜର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବେବି ବମ୍ପ ନଜର ଆସୁଛି। ଏହାସହିତ ତୈମୁର ମଧ୍ୟ ପାଖରେ ଛିଡା ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।
ଫଟୋ ସେୟାର କରି କରିନା କ୍ୟାପସନ ଲେଖିଛନ୍ତି, ଆମକୁ କ୍ଷମା କରନ୍ତୁ। ଆମ ପସନ୍ଦର ଟିମ ପାଇଁ Cheer କରନ୍ତୁ’। କରିନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ତେବେ ଫଟୋରେ କରିନାଙ୍କ ସ୍ମାଇଲ ଓ ତୈମୁରଙ୍କ କ୍ୟୁଟନେସ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଛି। କହି ରଖୁଛୁ, ୧୨ ଅଗଷ୍ଟରେ କରିନା ଓ ସୈଫ, ସେମାନଙ୍କ ପରିବାରକୁ ଖୁବଶୀଘ୍ର ଆଉ ଜଣେ ନୂଆ ଅତିଥି ଆସୁଥିବା ନେଇ ଘୋଷଣା କରିଥିଲେ।
View this post on Instagram
Excuse us… Got to go cheer for our favourite team 😍💯 @mancity @pumaindia