ପାକ ଡିଜାଇନରଙ୍କ ସହ ଡିନର କରି ଟ୍ରୋଲ ହେଲେ ବେବୋ

ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ଥରିଉଠିଥିଲା ।  ଏହି ଘଟଣାରେ ୨୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା ।  ଏହାରି ଭିତରେ ବଲିଉଡର ଖୁବ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁରଖାନଙ୍କର ଏକ ଭିଡିଓ  ଭାଇରାଲ  ହେବାରେ ଦେଖିବାକୁ ମିଳୁଛି । ଏହି ଭିଡିଓରେ କରୀନା ଜଣେ ପାକ୍ ଡିଜାଇନଙ୍କ ସହ  ଡିନର  କରୁଥିବା ଦେଖିବାକୁ ମିଳିଛି ।

ଫଟୋ ଆସିବା ମାତ୍ରେ ଲୋକମାନେ କରିନାଙ୍କ ଉପରେ  ରାଗି ଯାଇଛନ୍ତି । କେତେକ କରୀନାଙ୍କୁ  ଦେଶଦ୍ରୋହୀ  କହୁଛନ୍ତି । ନିକଟରେ ଫିଲ୍ମ ଫେଡେରେସନ ଘୋଷଣା କରିଛି ଯେ ଯେକୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ରୁଜୁ କରାଯିବ ।

ଫଟୋରେ କରୀନା କପୁରଙ୍କ କାନ୍ଧରେ ହାତ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ପାକିସ୍ତାନୀ ଡିଜାଇନର୍ ଫରାଜ୍ ମନ୍ନନ୍ ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କରିନା କପୁର ୨୭ ଏପ୍ରିଲରେ ଦୁବାଇ ଯାଇଥିଲେ ।  ସେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ସାମିଲ ଥିଲେ, ଯେଉଁଥିରେ ଫରାଜ ରହିଥିଲେ । ଫରାଜ ଏହି ବୈଠକର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ପୋଷ୍ଟ ଦେଖିବା ପରେ X  ପ୍ଲାଟଫର୍ମର ଜଣେ ଉପଭୋକ୍ତା ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଗୋଟିଏ ପଟେ ଭାରତ ପାକିସ୍ତାନ ସହିତ ଯୁଦ୍ଧ ଲଢ଼ୁଥିବା ବେଳେ ଅନ୍ୟପଟେ କରୀନା କପୁର ଦୁବାଇରେ ଜଣେ ପାକିସ୍ତାନୀ ଡିଜାଇନରଙ୍କ ସହ ଫଟୋସୁଟ୍ କରିବାରେ ବ୍ୟସ୍ତ ଅଛନ୍ତି ।  ଗତ ବର୍ଷ, କରୀନା ପାଲେଷ୍ଟାଇନକୁ ସମର୍ଥନ କରିଥିଲେ, କିନ୍ତୁ ଏବେ ସେ ତାଙ୍କ ଦେଶ ପାଇଁ ଠିଆ ହେଉନାହାଁନ୍ତି ।

ଦେଶ ପାଇଁ କେବଳ ସେନାକୁ ବଳିଦାନ ଦେବାକୁ ପଡିବ କି ?  ବଲିଉଡ ସେଲିବ୍ରେଟି ମାନଙ୍କର ଦେଶ ପ୍ରତି କୌଣସି କର୍ତ୍ତବ୍ୟ ନାହିଁ କି ? ଏଭଳି କିଛି ପ୍ରଶ୍ନ କରିଛନ୍ତି ୟୁଜର ।  ସେହିପରି ଆଉ ଜଣେ ବ୍ୟବହାରକାରୀ ପୋଷ୍ଟରେ ଲେଖିଛନ୍ତି, ତାଙ୍କର ଦେଶ ପାଇଁ କିଛି କରିବାର ନାହିଁ ।  ସେମାନେ କେବଳ ନିଜ ବିଷୟରେ ଚିନ୍ତା କରନ୍ତି ।  ସେହି ସମୟରେ, ଅନେକ ବ୍ୟବହାରକାରୀ କରୀନାଙ୍କୁ ଜଣେ ଦେଶଦ୍ରୋହୀ ବୋଲି କହୁଛନ୍ତି ।

Also Read : ୧୭ ବର୍ଷ ତଳର ଫିଲ୍ମ ‘ଜବ୍‌ ୱି ମେଟ୍‌ ’କୁ ମନେ ପକାଇଲେ ଫ୍ୟାନ୍ସ, ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ…