ଗର୍ଭାବସ୍ଥାରେ ପ୍ରଥମ ଥର ପାଇଁ ବେବି ବମ୍ପ ଦେଖାଇଲେ କରୀନା କପୁର ଖାନ୍‌, ଭାଇରାଲ ହେଉଛି ଭିଡିଓ

କିଛି ଦିନ ତଳେ ବଲିଉଡ୍‌ ଷ୍ଟାର କପଲ କରୀନା କପୁର ଓ ସୈଫ ଅଲ୍ଲୀ ଖାନ୍‌ ଘୋଷଣା କରିଥିଲେ ଯେ ସେମାନେ ପୁଣିଥରେ ମମି ପାପା ହେବାକୁ ଚାହୁଁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସେମାନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଲଗାତାର ବଲିଉଡ୍‌ରୁ ନେଗେଟିଭ୍‌ ଖବର ଆସୁଥିବା ବେଳେ ବେବୋ ଏକ ଖୁସି ଖବର ଦେଇ ସମସ୍ତଙ୍କୁ ସରପ୍ରାଇଜ୍‌ କରି ଦେଇଛନ୍ତି। ଗର୍ଭବତୀ ଥିବା ନେଇ ଘୋଷଣା କରିବା ପରେ କରୀନା ବେବି ବମ୍ପ ଦେଖାଉଥିବା ନଜର ଆସିଛି।

 

View this post on Instagram

 

Happy birthday to the sparkle of my life ❤️

A post shared by Kareena Kapoor Khan (@kareenakapoorkhan) on

ପ୍ରକୃତ କଥାଟି ହେଉଛି ସୈଫ ଅଲ୍ଲୀ ଖାନ୍‌ ଆଜି ନିଜ ଜନ୍ମଦିନ ପାଳୁଛନ୍ତି। ଏଣୁ ସ୍ୱାମୀଙ୍କ ଜନ୍ମଦିନରେ କରୀନା ଏକ ଛୋଟ ପାର୍ଟିର ଆୟୋଜନ କରିଛନ୍ତି। ଏ ଅବସରରେ କରୀନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ବେବି ବମ୍ପ ଦେଖାଉଥିବା ନଜର ଆସିଛି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ଜୀବନର ଆଲୋକକୁ ହାପି ବର୍ଥ ଡେ’।

ଏ ଅବସରରେ କରୀନା ପିଙ୍କ କଲରର ଡ୍ରେସ୍‌ ପିନ୍ଧିଛନ୍ତି। ସେହିପରି ସେଫ୍‌ ମଧ୍ୟ ପିଙ୍କ କଲରର କୁର୍ତ୍ତା ପିନ୍ଧିିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସୈଫ କରୀନାଙ୍କ ମଥାକୁ ଚୁମୁଥିବା ଦେଖାଯାଇଛି। ତେବେ ରିପୋର୍ଟ ମୁତାବକ କରୀନା କପୁର ଖାନ୍‌ଙ୍କ ଡେଲିଭରି ଡେଟ୍‌ ଫେବ୍ରୁଆରୀ ୨୦୨୧ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.