କରୀନାଙ୍କୁ କରୋନା, ଦୁଇ ଦିନ ତଳେ ଗାଇଡଲାଇନ୍ ଭାଙ୍ଗି କରନ୍ ଜୋହରଙ୍କ ସହ କରିଥିଲେ ପାର୍ଟି

ବେବୋଙ୍କୁ କରୋନା। ବଲିଉଡ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ଏବେ କରୋନାର ନୂଆ ଲହର ଆରମ୍ଭ ହୋଇଛି। ଲୋକଙ୍କ ସମେତ ବହୁ ବଡ଼ ବଡ଼ ତାରକା ମଧ୍ୟ ଏବେ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଅଭିନେତା କମଲ ହସନଙ୍କ ପରେ ଏବେ ଏହି ଦୁଇ ଅଭିନେତ୍ରୀ କରୋନା ପଜିଟିଭ ହୋଇଛନ୍ତି।

kareena
Image Credit: Instagram

ଦୁଇ ଦିନ ପୂର୍ବରୁ କରୀନା କପୁର ଭଉଣୀ କରିସ୍ମାଙ୍କ ସହ କରନ୍ ଜୋହରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ କଭି ଖୁସି କଭି ଗମ୍ ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜିତ ହୋଇଥିଲା। BMC ପକ୍ଷରୁ କରୀନା କପୁର ଓ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ କରୀନା କପୁର ଓ ଅମ୍ରିତା ଅରୋରା ଉଭୟେ ଭଲ ସାଙ୍ଗ। ଉଭୟେ ସୋସିଆଲ ମିଡ଼ିଆରେ ନିଜର ଅନେକ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। କରନ ଜୋହରଙ୍କ ପାର୍ଟିରେ ମଧ୍ୟ ଉଭୟେ ସାମିଲ ହୋଇଥିଲେ। ଏଥିସହ ଏହି ଦୁଇ ଜଣ କରୋନା ଗାଇଡ ଲାଇନ ଉଲ୍ଲଂଘନ କରି ଅନେକ ପାର୍ଟି ବି କରିଛନ୍ତି। ଫଳରେ ଏମାନେ ସୁପର ସ୍ପ୍ରେଡର ହେବାର ସମ୍ଭାବନା ବି ରହିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଦୁଇ ଅଭିନେତ୍ରୀଙ୍କ ଠାରୁ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.