କରୀନା କପୁରଙ୍କୁ ଏକୁଟିଆ ଦେଖି ଫ୍ୟାନ୍ସ କଲେ ଏମିତି କାରନାମା, ଡରିଗଲେ କରୀନା: ଭିଡିଓ ଭାଇରଲ

ବଲିଉଡ ଅଭିନେତ୍ରୀ କରୀନା କୁପର ଖାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଅଧୈର୍ଯ୍ୟ ରହିଥାନ୍ତି। ବେବୋ କରୀନା କପୁର ଯେତେବେଳେ ବି ଘରୁ ବାହାରନ୍ତି, ଫ୍ୟାନ୍ସ ତାଙ୍କ ଝଲକ ପାଇବା ପାଇଁ ଆତୁର ହୋଇପଡନ୍ତି। ଜବରଦସ୍ତ ଅଭିନୟ ଏବଂ ଲୁକ୍ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ତେବେ ଏବେ ସେଲିବ୍ରିଟମାନଙ୍କ ପାଇଁ ବିମାନବନ୍ଦର କୌଣସି ଶୋର ରେଡକାର୍ପେଟ ଠାରୁ କମ୍‌ ନୁହେଁ। ଏଠାରେ ଅନେକ ପ୍ରଶଂସକ ସେମାନଙ୍କର ପ୍ରିୟ ତାରକାମାନଙ୍କ ସହିତ ସେଲଫି ନେବାକୁ ଅପେକ୍ଷା କରି ରହିଥାଆନ୍ତି। ହେଲେ ବି ଟାଉନ୍ରୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି ।

ନିକଟରେ କରୀନା ମୁମ୍ବାଇ ଏୟାରପୋର୍ଟ ଏପରି ଏକ ପ୍ରଶଂସକ ଗହଳିରେ ଫସିଯାଇଥିଲେ । ଯାହା ପାଇଁ ସେ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ବିଳମ୍ବିତ ରାତିରେ କରୀନାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। କରୀନା କାରରୁ ଓହ୍ଲାଇ ବିମାନବନ୍ଦରରେ ଏଣ୍ଟ୍ରି କରୁଥିବା ବେଳେ ପ୍ରଶଂସକମାନେ ସେଲଫି ନେବା ପାଇଁ ତାଙ୍କୁ ଘେରି ଯାଇଥିଲେ। ପରେ କରୀନାଙ୍କୁ ଟଣା ଓଟରା କରିବାକୁ ଲାଗିଲେ। କିଏ କରୀନାଙ୍କ ହାତ ଭିଡୁଥିବା ବେଳେ କିଏ ତାଙ୍କ ପର୍ସ ଭିଡୁଥିବାର ନଜର ଆସିଛନ୍ତି। ତେବେ କରୀନା ଏହାକୁ ଦେଖିବା ପରେ ଡରି ଯାଇଥିଲେ। କିନ୍ତୁ ପରେ ସିକ୍ୟୁରିଟି ଆସି ତୁରନ୍ତ କରୀନାଙ୍କ ଠାରୁ ଦୂରେଇ ନେଇଥିଲେ। ଭିଡିଓ ଦେଖିଲେ ଲାଗୁଛି କରୀନା ଯେମିତି ନିଜକୁ ଅସହଜ ମନେ କରୁଛନ୍ତି। ଆଉ ଗହଳିରୁ କିପରି ଯିବେ ତାହା ଚିନ୍ତା କରୁଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

କରୀନା କପୁରଙ୍କ ଏହି ଭିଡିଓ ଦେଖି କରୀନାଙ୍କ ଫ୍ୟାନ୍ସ ଅଭିନେତ୍ରୀଙ୍କ ସହ ଏପରି ଆଚରଣକୁ ନେଇ ରାଗିଛନ୍ତି। ଫ୍ୟାନ୍ସ ଏହାକୁ ନେଇ କହିଛନ୍ତି, ଏହା ଆଦୌ ଠିକ୍ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି, ବହୁତ ଖରାପ। ପ୍ରଶଂସକମାନେ ସେମାନଙ୍କ ସୀମାରେ ରହିବା ଉଚିତ୍ । ସୂଚନାଯୋଗ୍ୟ, କରୀନା ତାଙ୍କ ଅପକମିଂ ଫିଲ୍ମର ସୁଟିଂ ପାଇଁ ଲଣ୍ଡନ ଯାଉଛନ୍ତି। ହନସଲ ମେହେତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନାଙ୍କୁ ଦେଖିବାକୁ ମିଳିବ। ଏକତା କପୁର ଏହି ଫିଲ୍ମକୁ ନିର୍ମାଣ କରିବେ।

Also Read : ଏଥର ଅଖା କି କାଚ ନୁହେଁ ହାତଘଣ୍ଟାରେ ସ୍କର୍ଟ କରି ପିନ୍ଧିଲେ ଉର୍ଫି ଜାଭେଦ, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.