ଫିଲ୍ମ ‘ସୀତା’ ରୁ ହଟିଲା କରୀନା କପୁରଙ୍କ ନାଁ, ଏଣ୍ଟ୍ରି ମାରିଲେ ବଲିଉଡ କୁଇନ୍

ବଲିଉଡ ଫିଲ୍ମ ‘ସୀତା’ କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ନିକଟରେ କୁହାଯାଇଥିଲା କି, ଏହି ଫିଲ୍ମରେ ଅଭିନୟ ପାଇଁ କରୀନା କପୁର ଖାଁ ୧୨ କୋଟି ଟଙ୍କା ଦାବି କରିଛନ୍ତି । ଅବଶ୍ୟ ଏବେ ରିପୋର୍ଟରେ ଦାବି କରାଯାଇଛି କି, ଏହି ଫିଲ୍ମକୁ ନେଇ କରୀନା କପୁରଙ୍କ ସହ ସମ୍ପର୍କ କରାଯାଇ ନାହିଁ । ଏହାରି ମଧ୍ୟରେ ଫେମସ ସ୍କ୍ରିପ୍ଟରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ ନିଜ ପସନ୍ଦର ଅଭିନେତ୍ରୀଙ୍କ ନାଁ ଉଲ୍ଲେଖ କରିଛନ୍ତି । ‘ସୀତା’ର ସ୍କ୍ରିପ୍ଟ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କଙ୍ଗନା ରାଣାୱତଙ୍କ ନା ସୁପାରିଶ କରିଛନ୍ତି । ସେ ବାହୁବଲି ଧାରାବାହିକ, ବଜରଙ୍ଗୀ ଭାଇଜାନ, ମଣିକର୍ଣ୍ଣିକା ଏବଂ ଥାଲାଇଭି ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି । କେ.ଭି ପ୍ରସାଦ ବର୍ତ୍ତମାନ ସୀତା ଫିଲ୍ମ ସହିତ ପୁଣିଥରେ କିଛିଦନ ପରେ କମବ୍ୟାକ୍‌ କରୁଛନ୍ତି । ହିନ୍ଦୀ ସହିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍‌ ଏବଂ କନ୍ନଡରେ ମଧ୍ୟ ମୁକ୍ତିଲାଭ କରିବ ।

ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କରୀନାଙ୍କୁ ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି କେଭି ପ୍ରସାଦ । ସେ କହିଛନ୍ତି କି, ମୋତେ ଲାଗୁନାହିଁ କି ସୀତା ଭୂମିକା ପାଇଁ କାହାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇଛି । ସ୍କ୍ରିପ୍ଟ ଲେଖା ସରିବା ପରେ ଅଭିନେତ୍ରୀ ଚୟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.