ସାନପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ମଦର୍ସ ଡେ’ ଅବସରରେ ନିଜ ସାନ ପୁଅର ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ବଡ଼ ପୁଅ ତେମୁର କୋଳରେ ସାନ ଭାଇକୁ ଧରିଥିବା ଦେଖିବାକୁ ମିଳିଛି। କରୀନା ସେୟାର କରିଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଫଟୋ ସେୟାର କରି କରୀନା କ୍ୟାପସନରେ ଲେଖିଛନ୍ତି- ବର୍ତ୍ତମାନ ବିଶ୍ୱାସରେ ଦୁନିଆ ଚାଲିଛି। ଏହି ଦୁଇ ଜଣ ମୋତେ ଏକ ସୁନ୍ଦର ଭବିଷ୍ୟତ ପାଇଁ ଭରସା ଦେଇଥାନ୍ତି। ସବୁ ସୁନ୍ଦର ଓ ଷ୍ଟ୍ରଙ୍ଗ ମା’ଙ୍କୁ ହାପି ମଦର୍ସ ଡେ।

କରୀନା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହର ଜାରି ରହିଥିବା ବେଳେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲୋକଙ୍କୁ ସଚେତନ କରିଥାନ୍ତି। ଆଗକୁ କରୀନା ଲାଲ ସିଂହ ଚଢାରେ ନଜର ଆସିବେ।

Leave A Reply

Your email address will not be published.