ସୀତା ଭୂମିକା ପାଇଁ କରୀନା କପୁର ଖାନ୍ ମାଗିଲେ ଏତିକି ଟଙ୍କା, ଶୁଣିବା ପରେ ପ୍ରଡ୍ୟୁସରଙ୍କ ଉଡ଼ିଗଲା ହୋସ

ନୂଆଦିଲ୍ଲୀ : କୁହାଯାଏ ଅଭିନେତ୍ରୀମାନେ ବିବାହ କରିବା ପରେ ବଲିଉଡରେ ସେମାନଙ୍କର କ୍ରେଜ୍ କମିଯାଏ । ଫଳରେ ଏହା ତାଙ୍କର କ୍ୟାରିଅର ଉପରେ ପ୍ରଭାବ ପକାଏ । ହେଲେ ଏହା ଭୁଲ ଭାବେ ପ୍ରମାଣିତ ହୋଇଛି ଅଭିନେତ୍ରୀ କରୀନା କପୁର ଖାନ୍ଙ୍କ ନିକଟରେ । କରୀନା କପୁର ଖାନ୍ କିଛି ବର୍ଷ ତଳେ ବିବାହ କରିଥିଲେ । ଏବେ ସେ ଦୁଇଟିର ସନ୍ତାନର ଜନନୀ । ହେଲେ ଏବେ ବି ତାଙ୍କ ପାଖରେ କାମର ଅଭାବ ନାହିଁ ।
କରୀନା ଏବେ ‘ବ ୀରେ ଦି େଓ୍ଵଡିଂ’ -୨ (Veere Di Wedding) ଓ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ନଜର ଆସିବେ । ଏହାଛଡ଼ା ରାମାୟଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ସୀତା’ରେ ମଧ୍ୟ ତାଙ୍କୁ ନେବାକୁ ପ୍ରଡ୍ୟୁସର ଚାହିଁଛନ୍ତି । ହେଲେ କରୀନାଙ୍କ ଡିମାଣ୍ଡ ଶୁଣି ପ୍ରଡ୍ୟୁସର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । କରୀନା ଏଥିପାଇଁ ୧୨ କୋଟି ଟଙ୍କା ମାଗିଥିବା ଶୁଣିବାକୁ ମିଳିଛି ।
ଏମିତିରେ ତ ଧାରାବାହିକ ‘ସୀତା’ ପାଇଁ ବହୁ ଅଭିନେତ୍ରୀ ଲାଇନରେ ଅଛନ୍ତି । ତେବେ ଏଯାଏ କାହା ନାମ ଘୋଷଣା କରାଯାଇନାହିଁ । କରୀନା ମଧ୍ୟ ଏହି ଲାଇନରେ ଥିବା ଜଣାଯାଇଛି ।