ପୋଲିସଙ୍କ ଆଗରେ ମତ ରଖିଲେ କରିନା କହିଲେ ଆକ୍ରମଣକାରୀ ବହୁତ ହିଂସ୍ର ଥିଲା

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣାକୁ ନେଇ ସବୁଠି ବେଶ ଚର୍ଚ୍ଚା । ଯାହାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଶେଷରେ କରୀନା କପୁର ପୋଲିସଙ୍କ ଆଗରେ ନିଜର ମତ ରଖିଛନ୍ତି । ଅଭିନେତ୍ରୀ କରୀନା କପୁର ପୁଲିସକୁ କହିଛନ୍ତି ସୈଫ ଙ୍କୁ ମୁମ୍ବାଇ ଆପାର୍ଟମେଣ୍ଟରେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଆକ୍ରମଣାତ୍ମକ ଥିଲେ ଏବଂ ଅନେକ ଥର ସୈଫଙ୍କୁ ଛୁରୀ ମାରିଥିଲା ।

ସେ  ଘରର କିଛି  ଜିନିଷ ଚୋରି କରି ପାରିନାହିଁ ।  କରୀନା କହିଛନ୍ତି  ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ  ବିଲ୍ଡିଂର ୧୨ ମହଲାକୁ ପଠାଇଦେଇଥିଲେ  । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ  ପୁଅ ପାଖରେ ପହଞ୍ଚି ପାରିନଥିଲା ବୋଲି କରୀନା କହିଛନ୍ତି ।

ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଆଉ ଜଣକୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ମଧ୍ୟପ୍ରଦେଶରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ମଧ୍ୟପ୍ରଦେଶରେ ମୁମ୍ବାଇ ପୋଲିସ ଗିରଫ ହୋଇଥିବା ସନ୍ଦିଗ୍ଧକୁ ପଚରାଉଚରା କରି ଯାଞ୍ଚ ଜାରି ରଖିଛି ।

ଆକ୍ରମଣ ଘଟଣାକୁ ୬୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ମୁଖ୍ୟ ଆକ୍ରମଣକାରୀକୁ ଧରିପାରିନି । ପୋଲିସ ଜଣେ ସନ୍ଦିଗ୍ଧଙ୍କ ପରିଚୟ ଖୋଜି ବାହାର କରିଛି । ସନ୍ଦିଗ୍ଧ ଜଣକ ଏହି ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବାର ପୁରା ସମ୍ଭାବନା ରହିଛି । ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ପଚରାଉଚରା କରିସାରିଛି । ଏହି ମାମଲାରେ ୩୫ ଟିମ୍ ନିୟୋଜିତ ହୋଇଛି ।

Also read:ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆଉ ଜଣେ ସନ୍ଦିଗ୍ଧ ଗିରଫ

 

 

You might also like