ନିଜଠାରୁ କମ୍‌ ବୟସର ହିରୋଙ୍କ ସହ ଅନ୍ତରଙ୍ଗ ହେବାକୁ ଇଚ୍ଛା କରିଛନ୍ତି କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ସିଲଭର ସ୍କ୍ରିନ୍‌ରେ କମ୍‌ ବୟସର ହିରୋଙ୍କ ସହ ରୋମାନ୍ସ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ କରୀନାଙ୍କ ଅଭିନୀତ ଗୁଡ୍‌ନ୍ୟୁଜ୍‌ ରିଳିଜ୍‌ ହୋଇଛି। ଏଥିରେ ସେ ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି। ତେବେ କରୀନା ଏବେ କିଛି ନୂଆ କରିବାକୁ ଆଶାବ୍ୟକ୍ତ କରିଛନ୍ତି। କରୀନା ନିଜ ଆଗାମୀ ଫିଲ୍ମ ଜଣେ କମ୍‌ ବୟସ୍କର ହିରୋଙ୍କ ସହ କରିବାକୁ ଚାହୁଁଥିବା କହିଛନ୍ତି।

କରୀନା କପୁର କହିଛନ୍ତି ଯେ ଯେତେବେଳେ ମୁଁ ବୟସ୍କ ହୋଇଯିବି ସେତେବେଳେ ଏକ ଏଭଳି ଚରିତ୍ର କରିବାକୁ ଚାହୁଁଛି ଯିଏ ନିଜଠାରୁ କମ୍‌ ବୟସ୍କ ପୁରୁଷଙ୍କ ସହ ରୋମାନ୍ସ କରୁଥିବ।

 

କରୀନା କହିଛନ୍ତି ଯେ ଦୁଇଟି ଭିନ୍ନ ଜେନେରେସନ୍‌ର ଲୋକ ପ୍ରାୟତଃ ପ୍ରେମରେ ପଡ଼ିଥାନ୍ତି। ଆପଣ ନିକ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଉଦାହରଣଭାବେ ନେଇପାରନ୍ତି। ମୁଁ ଓ ସେଫ୍‌ ମଧ୍ୟ ଅଲଗା ଅଲଗା ଜେନେରେସନ୍‌ର। ଏହା କୌଣସି ବଡ଼ କଥା ନୁହେଁ ବୋଲି କହିଛନ୍ତି କରୀନା।

Leave A Reply

Your email address will not be published.