ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ଜନ୍ମଦିନକୁ ଏମିତି ପାଳିଲେ କରୀନା କପୁର, ଦୁଇପୁଅ ତୈମୁର ଓ ଜେହଙ୍କ ସହିତ ମାଳଦ୍ୱୀପ ଭ୍ୟାକେସନ ଫଟୋ କଲେ ସେୟାର

କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ମାଲଦ୍ୱୀପରେ ଅଛନ୍ତି। ସେଠାରେ ବେବୋ ନିଜ ସ୍ୱାମୀଙ୍କର ୫୧ତମ ଜନ୍ମଦିନ ପାଳିଛନ୍ତି ଏବଂ ଏହି ଭ୍ୟାକେସନର ଏକ ପରଫେକ୍ଟ ଫଟୋ ସେୟାର କରିଛନ୍ତି। ଏହି ଖାସ୍‌ ମଉକାରେ କରୀନା, ସୈଫ୍‌ଙ୍କ ସହିତ ପୋଜ୍‌ ଦେଇଥିବାର ଦେଖାଯାଇଛନ୍ତି। ଏଥି ସହିତ ତାଙ୍କ ଦ୍ୱିତୀୟ ପୁଅ ଜେହ ସହ ତୈମୁରଙ୍କୁ ମଧ୍ୟ ଫ୍ରେମରେ ଦେଖାଇଛନ୍ତି।

ଆଉ ଏକ ଫଟୋରେ ସୈଫ୍‌ ଓ କରୀନା ପୁଲରେ ଏଞ୍ଜୟ କରି ସମୁଦ୍ରର ଅନ୍ତଃହୀନ ସିନ୍ସର ଆନନ୍ଦ ନେଉଥିବାର ଦେଖିବାକୁ ମିଳୁଛନ୍ତି। କରୀନା, ସୈଫ୍‌ଙ୍କୁ ଶୁଭେଚ୍ଛା ଜଣାଇ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି କି, ‘ହ୍ୟାପି ବର୍ଥଡେ ଟୁ ଲଭ୍‌ ଅଫ୍‌ ମାଇ ଲାଇଫ୍‌। ସବୁବେଳେ ଆପଣଙ୍କ ସହିତ। ବାସ୍‌, ଏହା ହିଁ ମୁଁ ଚାହୁଁଛି’।

୧୪ ଅଗଷ୍ଟକୁ ସୈଫ୍‌ ଓ କରୀନା ଏହି ସୁନ୍ଦର ଫ୍ୟାମିଲି ଭ୍ୟାକେସନରେ ଯାଇଛନ୍ତି। ଖବର ରହିଛି କି, ସୈଫ୍‌ ଚଳିତବର୍ଷ ନିଜ ଜନ୍ମଦିନରେ ଫ୍ୟାମିଲି ସହିତ ସମୟ ବିତାଉଛନ୍ତି। ସେ କାମର ଥକ୍କାପଣକୁ ଦୂର କରିବା ପାଇଁ ଏହି ଭ୍ୟାକେସନର ପ୍ଲାନ କରିଥିଲେ। ଲମ୍ବା ସମୟ ପରେ ଏହା ତାଙ୍କର ପ୍ରଥମ ବ୍ରେକ ହେବାକୁ ଯାଉଛି। ସେମାନେ ଏକ ଆଇଲ୍ୟାଣ୍ଡରେ ଏକ ଶାନ୍ତିପୂର୍ଣ୍ଣ ରିସୋର୍ଟରେ ପରିବାର ପାଇଁ ବହୁତ ଜରୁରୀ ସମୟ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.