ବଲିଉଡରେ ଡେବ୍ୟୁ କରୁଛନ୍ତି କରୀନାଙ୍କ ସାନ ପୁଅ ଜୈହ, ‘ଲାଲ ସିଂ ଚଢା’ରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ଅପକମିଂ ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ବେଶ୍ ବ୍ୟସ୍ତ ରହିଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଛି। ଫ୍ୟାନ୍ସ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ରହିଛନ୍ତି। ଏହା ମଧ୍ୟରେ କରୀନା କପୁର ଏମିତି କଥା କହିଛନ୍ତି, ଯାହାକୁ ଶୁଣି ଫ୍ୟାନ୍ସ ଖୁସି ନ କହିଲେ ଚଳେ।
କରୀନା କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ମୋ ସାନ ପୁଅ ‘ଲାଲ ସିଂ ଚଢା’ରେ ନଜର ଆସିବେ। ତେଣୁ ଏହି ଫିଲ୍ମ ମୋ ପାଇଁ ବହୁତ ଖାସ୍ । ଏହା ସହିତ କରୀନା ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ଲାଲ ସିଂହ ଚଢା’ର ଟ୍ରେଲର ସେୟାର କରିଛନ୍ତି। ଏହାସହିତ କରୀନା ଲେଖିଛନ୍ତି, ଏକ ମହାମାରୀ, ଦୁଇଟି ଲକଡାଉନ ପରେ ଏକ ପିଲା। ମୋ ସ୍ପେଶାଲ ଫିଲ୍ମ ମଧ୍ୟରେ ଗୋଟିଏ। ଆମିରଙ୍କୁ ଧନ୍ୟବାଦ , ସେ କେବଳ ମୋତେ ନୁହେଁ ଆମ ଦୁହିଁଙ୍କୁ ସାମିଲ କରିଛନ୍ତି।
View this post on Instagram
ସୂଚନାଯୋଗ୍ୟ, ଫିଲ୍ମ ‘ଲାଲ ସିଂ ଚଢା’ ସୁଟିଂ ସମୟରେ କରୀନା କପୁର ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିଲେ। ଗତବର୍ଷ ଫେବୃଆରୀରେ ଜେହ ଜନ୍ମ ନେଇଥିଲେ। କରୀନା ଗର୍ଭବତୀ ଥିବା ସମୟରେ ଖୁବ୍ କାମ କରିଥିଲେ। ଅଦୈତ ଚନ୍ଦନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ୧୧ ଅଗଷ୍ଟ ଥିଏଟରରେ ରିଲିଜ ହେବ।